କଟକ : ଲାଲବାଗ ଥାନା ପୋଲିସକୁ ବଡ ସଫଳତା । ୫ଟି ବନ୍ଧୁକ ସହ ୩୦ ରାଉଣ୍ଡ ଗୁଳି ଜବତ ହୋଇଛି । ଏହାସହିତ ଗୋଟିଏ କାର ମଧ୍ୟ ଜବତ ହୋଇଛି । ମାମଲାରେ ଏକାଧିକ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ଜଗତସିଂହପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ଜଗତସିଂହପୁର ଅଞ୍ଚଳ କିଛି ଯୁବକ ବନ୍ଧୁକ କାରବାର୍ ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଆକ୍ସନକୁ ଆସିଥିଲା ପୋଲିସ । ମିଳିଥିବା ସୂଚନା ଆଧାରରେ ପୋଲିସ ଚଢାଉ କରିଥିଲେ । ଏହି ଚଢାଉରେ ପୋଲିସକୁ ବଡ଼ ସଫଳତା ମିଳିଛି । ୫ଟି ବନ୍ଧୁକ ସହ ୩୦ ରାଉଣ୍ଡ ଗୁଳି ଜବତ କରିଛି ଲାଲ୍ବାଗ ଥାନା ପୋଲିସ । ଏହାସହ ଏକ କାର୍ ମଧ୍ୟ ଜବତ କରିଛି । ମାମଲାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ଏମାନଙ୍କ ଲିଙ୍କ କେଉଁ ପର୍ଯ୍ୟନ୍ତ ରହିଛି । ସେନେଇ ଖୋଲତାଡ଼ କରୁଛି ଲାଲ୍ବାଗ ଥାନା ପୋଲିସ ।
