ପୁଣି ଟ୍ରଲିରେ ବୁହା ହେଲା ଶିଶୁ ପୁତ୍ରର ଶବ

କଟକ : ପୁଣି ଟ୍ରଲିରେ ବୁହା ହେଲା ଶିଶୁ ପୁତ୍ରର ଶବ । ଏ ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ କଟକ ସିଡିଏ  ଅଞ୍ଚଳର ଲ’ କଲେଜ ନିକଟରେ । ଶିଶୁଟିର ମୃତ୍ୟୁ ପରେ ନା କାନ୍ଧ ମିଳିଲା ପଡୋଶୀଙ୍କର, ନା ମିଳିଲା ପ୍ରଶାସନର କୌଣସି ସହାୟତା । ଶେଷରେ ବାପା ମା ଏବଂ ସାନ ଭାଇ ଟ୍ରଲିରେ ନେଇ ଶବଦାହ କରିବା ପାଇଁ ସତୀ ଚଉରା ଶ୍ମଶାନକୁ ନେଇ ଯାଉଥିଲେ । ଶିଶୁଟିର ଥଣ୍ଡା ଜ୍ବର ହେବାରୁ ତାକୁ ଶିଶୁ ଭବନକୁ ନେଇଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ପରେ ତାକୁ ଟ୍ରଲି ଯୋଗେ ଘରକୁ ନେଇଥିଲେ । ସେଠାରୁ ପୁଣି ଟ୍ରଲି ଯୋଗେ ଶ୍ମଶାନକୁ ନିଆଯାଇଥିଲା । ଖବର ପାଇବା ପରେ କଟକର ଜଣେ ସମାଜ ସେବୀ ଆମ୍ବୁଲାନ୍ସ ପଠେଇ ମୃତଦେହକୁ ଶ୍ମଶାନକୁ ଆଣିଥିଲେ ।

Leave a Reply

Your email address will not be published. Required fields are marked *