ପଥର ଖଣିରେ ଅଘଟଣ

ନୟାଗଡ : ପଥର ଖଣିରେ ଅଘଟଣ । ପଥରରେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ନୟାଗଡ ଜିଲ୍ଲା ଶରଣକୁଳ ଥାନା ପୁଆଣିଆଠାରେ ଥିବା ଏକ କ୍ରସରରେ ଘଟିଛି ଅଘଟଣ । ମୃତକ ହେଲେ କଟକ ଜିଲ୍ଲା ନରସିଂହପୁର ଓଡସିଙ୍ଗା ଗାଁର ସୁଶାନ୍ତ ଦାସ ।

ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଶରଣକୁଳ ଥାନା ପୁଆଣିଆଠାରେ ଫୋଟେନ ଇଣ୍ଡିଆ ନାମରେ ଏକ କ୍ରସର କାମ କରୁଛି । କ୍ରସର ନିକଟରେ ଥିବା ପାହାଡରୁ ପଥର ଫୁଟାଇଥାଏ କମ୍ପାନୀ  । ସୁଶାନ୍ତ ଏହି କ୍ରସରରେ ଜେସିବି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ସୋମବାର ଭୋରରୁ ସୁଶାନ୍ତ ଜେସିବିରେ ଏକ ବଡ ପଥରକୁ ଖସାଉଥିବା ବେଳେ ପଥରଟି ଜେସିବି ଉପରେ ପଡିଯିବାରୁ ଘଟଣାସ୍ଥଳରେ ଚାପି ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ପରିବାର ଏବଂ ସ୍ଥାନୀୟ ଲୋକେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ସେଠାରେ ବେଆଇନ ଭାବେ ପଥର ଫୁଟାଯାଉଥିବା ଅଭିଯୋଗ ହୋଇଛି । ପ୍ରକୃତରେ ସୁଶାନ୍ତଙ୍କ ମୃତ୍ୟୁ ପଥର ପଡି ହୋଇଛି ନା ବ୍ଲାଷ୍ଟିଂ ଯୋଗୁଁ ହୋଇଛି ତାକୁ ନେଇ ପରିବାର ଲୋକେ ସନ୍ଦେହରେ ଅଛନ୍ତି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *