ପୁରୀ : ପୁରୀ ସମୁଦ୍ର କୂଳରେ ମାଛ ମଡ଼କ । ସ୍ବର୍ଗଦ୍ବାର ସମ୍ମୁଖ ବେଳାଭୂମିରୁ ହୋଟେଲ୍ କାମେଲିଆ ପର୍ଯ୍ୟନ୍ତ ଏହି ମାଛ ମଡକ ଦେଖିବାକୁ ମିଳିଛି ।ମତ୍ସ୍ୟଜୀବୀଙ୍କ କହିବା ଅନୁଯାୟୀ, ଏହି ମାଛଗୁଡିକ ଡିସ୍କୋ କୋକଲି ପ୍ରଜାତିର । ତେବେ ମାଛ ମଡକର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଲଘୁଚାପ ପ୍ରଭାବରେ ମାଛ ମଡ଼କ ହୋଇଥିବା ମତ୍ସ୍ୟଜୀବୀମାନେ ଅନୁମାନ କରୁଛନ୍ତି ।ତେବେ ପୂର୍ବରୁ ମଧ୍ୟ ବେଳାଭୂମି ଓ ମଙ୍ଗଳା ମୁହାଣରେ ଏଭଳି ମାଛ ମଡ଼କ ଦେଖିବାକୁ ମିଳିଥିଲା । ସେପଟେ ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।
