ଭୁଶୁଡି ପଡିଲା ବିଦ୍ୟୁତ ଖୁଣ୍ଟ

ଚାନ୍ଦବାଲି :  ପବିତ୍ର ଶୈବପୀଠ ଆରଡି ଧାମରେ ଭକ୍ତଙ୍କ ଗହଳି ଲାଗି ରହିଥିବା ବେଳେ ହଠାତ ଦେଖା ଦେଇଥିଲା ବଡ ଅଘଟଣ। ମୁଖ୍ୟବଜାର ଗୁଡିଆସାହି ନିକଟରେ ଥିବା ବିଦ୍ୟୁତ ଖୁଣ୍ଟଟି ଭୁଶୁଡି ପଡି ଏକ ପକ୍କାଘରେ ପଡିଯିବାରୁ ଅଳ୍ପକେ ଶହଶହ ପଥଚାରୀ ବର୍ତ୍ତି ଯାଇଛନ୍ତି।

ପୂର୍ବରୁ ଦେଖିବାକୁ ମିଳିଥିଲା ଯେ, ବିଦ୍ୟୁତ ଖୁଣ୍ଟରେ କିଛି ତାର ଯୋଡାଯାଇଥିଲା । ଯାହା ସର୍ଟସର୍କିଟ ହୋଇ ନିଆଁ ଖସୁଥିଲା। ଅନ୍ୟପଟେ ବିଦ୍ୟୁତ ଖୁଣ୍ଟ ବହୁଦିନ ହେବ ଦୁର୍ବଳ ହୋଇ ପଡିଥିବାରୁ ଉକ୍ତ ଖୁଣ୍ଟକୁ ଆଉ ଦୁଇଗୋଟି ଖୁଣ୍ଟ ଦ୍ବାରା ଭାରା ଦିଆଯାଇଥିଲା। ହେଲେ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ଓ ଖାମଖିଆଲି ମନୋଭାବ ଯୋଗୁ ଆଜି ଏପରି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *