ଜଙ୍ଗଲି ହାତୀ ଏବେ ସହର ମୁହାଁ

ଵଣାଇଗଡ: (ରିପୋର୍ଟ ଲୋକନାଥ ସାମଲ)
ଵଣାଇ ମୁଖ୍ୟ ସହର ଉପକଣ୍ଠର ଶୁଣ୍ଡିକୋଣ ଠାରେ ଆଜି ସକାଳୁ ଦୁଇ ଟିକିଆ ଦନ୍ତାହାତୀ ଦେଖିବାକୁ ମିଳିଛି ।
ଆଜି ଭୋର ସକାଳ ୫ଟା ସମୟରେ ଲୋକେ ବ୍ରାହ୍ମଣୀ ନଦୀକୁ ସ୍ନାନ ,ଶୈଚ, ନିମନ୍ତେ ଯିବା ସମୟରେ ହଠାତ୍ ଶୁଣ୍ଡିକୋଣ ନିକଟରେ ଦୁଇଟି ଦନ୍ତାହାତୀଙ୍କୁ ଦେଖିବାକୁ ପାଇଥିଲେ । କିଛି ଦିନ ହେବ ବଣାଇ ରେଞ୍ଜ ରେ ଏହି ଦୁଇ ଟିକିଆ ଦନ୍ତାହାତୀ ଦୁଇଟି ଗୋଠଛଡା ହୋଇ ଘୁରି ବୁଲୁଥିବା ବେଳେ, ବିଭିନ୍ନ ସ୍ଥାନରେ ପଶି ଫସଲ ନଷ୍ଟ କରୁଥିବାର ଅଭିଯୋଗ ହେଉଛି।ଲୋକକଂ ଠାରୁ ଖବର ପାଇ ସଙ୍ଗେ ସଙ୍ଗେ ବନାଞ୍ଚଳ ଅଧିକାରୀ , ତାଙ୍କ କର୍ମଚାରୀ ମାନଙ୍କ ସହ ହାତୀ ନିକଟରେ ପହଞ୍ଚି, ସୁରକ୍ଷିତ, ଅବସ୍ଥାରେ ଘ ଉଡ଼ାଇବାକୁ ଉଦ୍ୟମ କରୁଥିବା ସହ ଲୋକ ମାନଙ୍କୁ ହାତୀ ନିକଟକୁ ନ ଯିବା ପାଇଁ ସତର୍କ କରୁଛନ୍ତି ।
ତଥାପି ଦିନ ସମୟ ଏବଂ ଯାନବାହାନ ଚଳାଚଳ ଯୋଗୁଁ ହାତୀ ଦୁଇଟି ବଣାଇ ର ବାଣେଶ୍ୱର ମନ୍ଦିର ନିକଟରେ ପାଚେରୀ ଭାଙ୍ଗି, ପାଖରେ ଥିବା ବୁଦୁବୁଦିଆ ଜଙ୍ଗଲ ରେ ଡାଳପତ୍ର ଖାଉଥିବା ଦେଖାଯାଉଛି ।
ସ୍ଥାନୀୟ ଅଞ୍ଚଳରେ ଧାନ ଫସଲ ନଷ୍ଟ ହେଲେ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ଦିଆଯିବାକୁ ବନବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଦିନ ବେଳେ ଲୋକ ଗହଳି ସହ ଯାନବାହାନ ଚଳାଚଳ ଯୋଗୁଁ ହାତୀ ଘ ଉଡ଼ାଇବାକୁ ସମ୍ଭବ ନଥିବାରୁ ଆଜି ରାତିରେ ଘଉଡାଇବା କୁ ବ୍ୟବସ୍ଥା କରାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି

Leave a Reply

Your email address will not be published. Required fields are marked *