ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା

ଭଦ୍ରକ : ଏକତରଫା ପ୍ରେମକୁ କେନ୍ଦ୍ରକରି ନାବାଳିକାଙ୍କ ଗାଡିକୁ ଗୋଇଠା ମାରି ଗଡାଇଦେଲେ ପ୍ରେମିକ । ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି । ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଏସପିଙ୍କୁ ଭେଟିଲେ ନାବାଳିକାଙ୍କ ମା’ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳର ଜନୈକ ନାବାଳିକା ନିଜ ଅଜାଙ୍କ ସହ ଭଦ୍ରକ ମେଡିକାଲକୁ ଆସୁଥିଲେ । ସେହି ସମୟରେ ଜନୈକ ଯୁବକ ଏବଂ ତାଙ୍କର ଅନ୍ୟ ସାଙ୍ଗ ସେମାନଙ୍କ ବାଇକକୁ ଗୋଇଢା ମାରି ଗଡାଇ ଦେଇଥିଲେ । ଏହି ଘଟଣାରେ ନାବାଳିକା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

ଏନେଇ ନାବାଳିକାଙ୍କ ମା’ ଭଦ୍ରକ ଟାଉନ ଥାନାରେ ଲିଖିତ ଏତଲା ଦେଇଥିଲେ । ଏତଲା ଆଧାରରେ ଟାଉନ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଅନ୍ୟ ସହଯୋଗୀଙ୍କୁ ଛାଡି ଦେଇଥିବା ଅଭିଯୋଗ ଆଣିଛନ୍ତି । ତେବେ ଅନ୍ୟ ସହଯୋଗୀଙ୍କୁ ଗିରଫ ଦାବିରେ ନାବାଳିକାଙ୍କ ମା’ ଭଦ୍ରକ ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି।

Leave a Reply

Your email address will not be published. Required fields are marked *