ରାଜନେତାଙ୍କ ଅପରାଧିକ ମାମଲାର ବିଚାର ହେବ ସ୍ବତନ୍ତ୍ର ଅଦାଲତରେ

ରାଜନେତାଙ୍କ ବିରୋଧରେ ବର୍ଷବର୍ଷ ଧରି ଗଡ଼ୁଥିବା ଅପରାଧିକ ମାମଲା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଅସାଂସଦ, ବିଧାୟକଙ୍କ ବିରୋଧରେ ହଜାର ହଜାର ସଂଖ୍ୟକ ମାମଲା ବର୍ଷବର୍ଷ ଧରି ଗଡ଼ିବା ଓ ଏହାର ବିଚାର ଶେଷ ନ ହେବା ଅତ୍ୟନ୍ତ ଉଦବେଗଜନକ । ଏପରିକି କିଛି ମାମଲାର ବିଚାର ୩ ଦଶନ୍ଧି ଧରି ଶେଷ ନ ହୋଇପାରିବାକୁ ନେଇ କୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି । ଏପରିସ୍ଥଳେ ସାରା ଦେଶରେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଗଡ଼ୁଥିବା ପ୍ରାୟ ୪୦୦୦ରୁ ଅଧିକ ଅପରାଧିକ ମାମଲାର ବିଚାର ନିମନ୍ତେ ସ୍ବତନ୍ତ୍ର କୋର୍ଟ ଗଠନ ନିମନ୍ତେ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଅବସରରେ ସୁପ୍ରିମକୋର୍ଟ ସବୁ ରାଜ୍ୟକୁ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ବିସ୍ତୃତ ତଥ୍ୟ ପ୍ରଦାନ କରିବାକୁ ଗୁରୁବାର ନିର୍ଦେଶ ଦେଇଛନ୍ତି । ଅନୁରୂପ ଭାବରେ ଆସନ୍ତା ସୋମବାର ଶୁଣାଣି ବେଳେ ଅଦାଲତ କୋଠରୀରେ ନେତାମାନଙ୍କ ଟ୍ରାଏଲ କରାଯିବାର ନିର୍ଦେଶ ଦିଆଯାଇପାରେ ବୋଲି ମଧ୍ୟ ସୂଚନା ମିଳିଛି ।ଏମାଇକସ କ୍ୟୁରୀ କହିଛନ୍ତି ଯେ ରାଜନେତାମାନଙ୍କ ବିରୋଧରେ ମାମଲାର ବିଚାର ନିମନ୍ତେ ଅଦାଲତ ଗଠନ ନିମନ୍ତେ ସମସ୍ୟା ନାହିଁ, ମାତ୍ର ଅସଲ ସମସ୍ୟା ହେଉଛି ଟ୍ରାଏଲକୁ ନେଇ । ଟ୍ରାଏଲ ଦ୍ରୁତଗତିରେ ନିର୍ଧାରିତ ସମୟ ମଧ୍ୟରେ ହେବା ଆବଶ୍ୟକ । ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ତତ୍କାଳ ସବୁ ରାଜ୍ୟରେ କାର୍ଯ୍ୟକାରୀ ହେବାର ଆବଶ୍ୟକତା ରହିଛି । କେତେ ମାମଲା ରାଜନେତାମାନଙ୍କ ବିରୋଧରେ ରହିଛି ତାହାର ସଂଖ୍ୟା ପ୍ରାୟ ଉପଲବ୍ଧ ହୋଇଛି, ମାତ୍ର ଏଥିପାଇଁ କେତୋଟି ଅଦାଲତ ଗଠନ କରାଯିବ ତାହାକୁ ନେଇ ଏବେ ବିଚାରବିମର୍ଷ ଚାଲୁ ରହିଛି ।

 

Leave a Reply

Your email address will not be published. Required fields are marked *