ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ମଡ଼ର୍ଣ୍ଣ ହୋଟେଲ ସମ୍ମୁଖରେ ଏକ ମର୍ମନ୍ତୁଦସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରାସ୍ତା କଡରେ ଖରାପ ହୋଇ ଛିଡା ହୋଇଥିବା ଜେଏଚ ୦୫ ଇଏଫ ୨୯୫୪ ଟ୍ରକ ପଛରୁ ବାଲେଶ୍ୱରରୁ ସୋର ଅଭିମୁଖେ ଆସୁଥିବା ୟୁପି ୮୨ ଟି ୩୮୮୮ ନମ୍ବର ବିଶିଷ୍ଟ ଟ୍ରକ ପଛରୁ ଧକା ଦେଇଥିଲା। ଫଳରେ ଟ୍ରକ ରେ ଥିବା ୩ ଜଣ ଚାପି ହୋଇ ରହିଥିଲେ।ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ କଟରରେ ଟ୍ରକକୁ କାଟି ସମସ୍ତଙ୍କୁ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସରେ ସୋର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହିତ ସୋର ମେଡ଼ିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତ ତିନିଜଣଙ୍କ ପରିଚୟ ମିଳିପାରିନାହିଁ।
