ଠକ କମ୍ପାନୀ ଉପରେ ସିବିଆଇର ରେଡ଼

ଭୁବନେଶ୍ବର : ଠକ କମ୍ପାନୀ ଉପରେ ସିବିଆଇର ରେଡ଼ । ଏସ.ଆର ଆଲକୋବେଦ ପ୍ରାଇଭେଟ ଲିମିଟେଡ଼ କମ୍ପାନୀରେ ସିବିଆଇ ପକ୍ଷରୁ ରେଡ୍ । ବୁଧବାର ଠକ କମ୍ପାନୀରେ ଚଢ଼ାଉ କରିଛି ଭୁବନେଶ୍ବର ଏକ ସିବିଆଇ ଟିମ । ଏହି ସଂସ୍ଥା ଦୁଇଟି ବ୍ୟାଙ୍କକୁ ଚୁନ ମାରିଥିବା ନେଇ ଅଭିଯୋଗ ହୋଇଛି ।  ଖବର ଅନୁଯାୟୀ, ବ୍ୟବସାୟ ବଢାଇବା ଆଳରେ ଦୁଇଟି ବ୍ୟାଙ୍କରୁ ଋଣ ନେଇଥିଲେ କମ୍ପାନୀ । କଟକ ବକ୍ସିବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୪୦ କୋଟି ଲୋନ୍ ନେଇଥିବା ବେଳେ ଖାରବେଳନଗର ସ୍ଥିତ ଆହ୍ଲାବାଦ ବ୍ୟାଙ୍କରୁ ୩୩ କୋଟି ଟଙ୍କା ଲୋନ୍ ନେଇଥିଲେ । ହେଲେ ଲୋନ୍‌ ପରିଶୋଧ ନକରିବାରୁ ସିବିଆଇରେ ଅଭିଯୋଗ କରିଥିଲେ ବ୍ୟାଙ୍କ ମ୍ୟାନେଜର । ଲୋନ୍‌ ଟଙ୍କା ବଢି ୧୦୦ କୋଟି ପାର୍‌ ହୋଇଥିଲା । ଶେଷରେ ଆଜି ସେହି ଠକ କମ୍ପାନୀରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି ।

Leave a Reply

Your email address will not be published. Required fields are marked *