ରାକ୍ଷାସ ସାଜିଲା ବାପା, ୬ ବର୍ଷର ଶିଶୁ କନ୍ୟାକୁ କାଠ ଫାଳିଆରେ ମାରି ହତ୍ୟା କଲେ ସାବତ ମା ଓ ନିଜ ବାପା

ତେନ୍ତୁଳିଆ : ପାରିବାରିକ କନ୍ଦଳର କରୁଣ ପରିଣତି । ୬ ବର୍ଷର ଶିଶୁ କନ୍ୟାକୁ କାଠ ଫାଳିଆରେ ମାରି ହତ୍ୟା କଲେ ସାବତ ମା ଓ ନିଜ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିରେ । ଗତକାଲି ରାତି ୧୧ ଟା ବେଳେ କାଠ ଫାଳିଆରେ ମାରିବାରୁ କନ୍ୟାର ମୁଣ୍ଡ ଫାଟି ରକ୍ତ ସ୍ରାବ ହୋଇଥିଲା । ରାତିରେ ଗୁରୁତର ଅବସ୍ଥାରେ ଘରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସକାଳୁ ଦୋଷ ଲୁଚାଇବା ନାଁରେ ମୁଣ୍ଡ ଫାଟି ଝିଅ ମରିଥିବାର ବାହାନା କରିଥିଲେ ମାଆ ଓ ବାପା । ଗାଁ ଲୋକ ଯାଇ ଦେଖିଲା ବେଳକୁ ଦେହ ସାରା ମାଡ଼ ଚିହ୍ନ । ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି । ପୁଲିସ୍ ଉଭୟଙ୍କୁ ଗିରଫ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା । ଆଗରୁ ମା’ ଚାଲି ଯାଇଥିବା ବେଳେ ବାପା, ସାବତ ମା’ ମଝିରେ କଣ୍ଟା ସାଜିଥିଲା ୬ ବର୍ଷର ଝିଅ । ଶେଷରେ ସାବତ ମା’ ସହ ବାପା ବି ସାଜିଲା ରାକ୍ଷାସ ।

Leave a Reply

Your email address will not be published. Required fields are marked *