ଦେଢ ମାସ ମଧ୍ୟରେ ଅବକାରୀ ବିଭାଗ ଦ୍ବାରା ବେଆଇନ୍‌ କାରବାର କରି ୫୮୮୬ ଜଣ ଗିରଫ

କଟକ : ଗତ ଦେଢ ମାସ ମଧ୍ୟରେ ଅବକାରୀ ବିଭାଗ ଦ୍ବାରା ବେଆଇନ୍‌ କାରବାର କରି ୫୮୮୬ ଜଣ ଗିରଫ ହୋଇଛନ୍ତି । ଜାନୁଆରି ୧୧ ରୁ ଫେବ୍ରୁଆରି ୨୪ ତାରିଖ ମଧ୍ୟରେ ମୋଟ ୬୮୧୮ ମାମଲା ରୁଜୁ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଅବଧି ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼କୁ ଜୋରଦାର କରାଯାଇଥିଲା । ବିଭିନ୍ନ ସ୍ଥାନରେ ଚଢଉରୁ ୧ ଲକ୍ଷ ୭୭୬୨୫ ଲିଟର ଦେଶୀ ମଦ, ୧୯ ଲକ୍ଷ ୪୬୮୭୮ ଲିଟର ଦେଶୀ ମଦର କଞ୍ଚାମାଲ, ୫୦୦୧.୪ କେଜିର ଗଞ୍ଜେଇ, ୨୬୬୩ ଲିଟର ନକଲି ବିଦେଶୀ ମଦ, ୧୮୮.୬୮ଲିଟର ବେଆଇନ୍‌ ବିଦେଶୀ ମଦ, ୩୩୨ ଲିଟର ସ୍ପିରିଟ, ୯୩୦ ଗ୍ରାମ ବ୍ରାଉନସୁଗାର, ୫୦ ଲିଟର କଫ ସିରପ, ୩୬୮୯ ଲିଟର ବିଦେଶୀ ମଦ, ୨୦୨୦ ଲିଟର ବିଅର, ୫୯୬୬ ଲିଟର ଦେଶୀ ମଦ, ୪୯୬୬ ଲିଟର ଓଏସ୍‌ ଲିକର, ୧ ଲକ୍ଷ ୩୨୦୦ ନକଲି ଇଏଏଲ୍‌, ୩୬୦୦୦ ନକଲି କମ୍ପାନି ଲେଭଲ, ୨ ଲକ୍ଷ ରୁ ଅଧିକ କ୍ୟାପ, ୨୭୬ ବାଇକ ଓ ୪ ଚକିଆ ଗାଡ଼ିକୁ ଜବତ କରାଯାଇଥିଲା । ଏହି ସମୟ ମଧ୍ୟରେ ଜବତ ସାମଗ୍ରୀର ମୋଟ ପରିମାଣ ପାଖାପାଖି ୧୬.୮୫ କୋଟି ହେବ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *