ବିଡ଼ିଓଙ୍କୁ ଅଟକ ଘଟଣା ପ୍ରତିବାଦରେ କଲମ ଛାଡ଼ ଆନ୍ଦୋଳନରେ ବସିଲେ କର୍ମଚାରୀଙ୍କ

ପାତ୍ରପୁର : ଭୋଟ ତାଲିକାରେ ନାମ ନଥିବା ପ୍ରତିବାଦରେ ପାତ୍ରପୁର ବିଡ଼ିଓଙ୍କୁ ଗତକାଲି ଆଦିବାସୀମାନେ ଅଟକ ରଖିବା ପ୍ରତିବାଦରେ କର୍ମଚାରୀମାନେ କଲମ ଛାଡ଼ କରି ଧାରଣା ଦେଇଛନ୍ତି । ପାତ୍ରପୁର ବ୍ଳକ ବିଡ଼ିଓ ପ୍ରକାଶ କୁମାର ଦାସଙ୍କୁ ଗତକାଲି ଧାଡିଆମ୍ବ ଗ୍ରାମର ଆଦିବାସୀମାନେ ଗାଡିରୁ ଓହ୍ଲାଇ ଚାରି କିଲୋମିଟର ଦୂର ଧାଡି ଆମ୍ବ ଗ୍ରାମକୁ ନେଇ ଅଟକ ରଖିଥିଲେ । ପରବର୍ତ୍ତୀ ସମୟରେ ଅଧିକାରୀ ଏବଂ ଆଦିବାସୀ ମଧ୍ୟରେ ଆଲୋଚନା ପରେ ଘେରାଉ ମୁକ୍ତ ହୋଇଥିଲେ । ଏହି ଘଟଣା ନେଇ ଜରଡ। ଥାନାରେ ଏତଲା ଦେବା ପରେ ପୁଲିସ  ଗତ ରାତ୍ର ଦୁଇଜଣଙ୍କୁ ଗିରଫ କରିଛି । ତେବେ ଜଣେ ପଦସ୍ତ ପଦାଧିକାରୀଙ୍କୁ ନେଇ ଅଟକ ରଖିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷା ଦେବା ଦାବୀରେ କର୍ମଚାରୀମାନେ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଏହି ଧାରଣାରେ ବ୍ଳକ ତହସିଲ ଏବଂ ଶିଶୁବିକାଶ କାର୍ଯ୍ୟାଳୟ କର୍ମଚାରୀମାନେ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *