ଗୋରୁ ଗାଡି ଧକ୍କା ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ କଲେ ଉତ୍ୟକ୍ତ ଲୋକେ

ଆଠଗଡ : ଗୋରୁ ଗାଡ଼ି ଧକ୍କାରେ ମୃତ୍ୟୁ ଘଟଣା ପ୍ରତିବାଦରେ କଟକ-ନରସିଂହପୁର ମୁଖ୍ୟ ରାସ୍ତା ୬୫ ନମ୍ବର ରାଜ୍ୟ ରାଜପଥ ବଡ଼ମ୍ବା ଥାନା ସୁନାପାଳ ଛକ ନିକଟରେ ରାସ୍ତା ଅବରୋଧ । ଥାନା ଅଧିକାରୀଙ୍କ କହିବା ଅନୁଯାୟୀ ଯେ, ବଡମ୍ବା ବ୍ଲକ ଅନ୍ତର୍ଗତ ବଡ଼ବାରଣା ଗ୍ରାମର ଛବି ପଣ୍ଡା, ବୈରାଗୀ ନାୟକ, ଖରିଆ ନାୟକ ଗତକାଲି ବିଳମ୍ବତ ରାତିରେ ଵିଧାରପୁରରୁ ବଡ଼ବାରଣାକୁ ଏକ ଅଟୋ ଯୋଗେ ଘରକୁ ଫେରୁଥିବା ସମୟରେ ଗଡା ପୋଖରୀ ପେଟ୍ରୋଲ ପମ୍ପ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ସହ ଅଟୋ ଧକ୍କା ହୋଇଥିଲା । ଫଳରେ ୩ ଜଣଙ୍କୁ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବଡମ୍ବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ବୈରାଗୀ ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାର ପ୍ରତିବାଦରେ ଗତକାଲି ବିଳମ୍ବିତ ରାତିରେ ବଡମ୍ବା ଗାନ୍ଧୀ ଛକ ନିକଟରେ ଟାୟାର ଜାଳି ରାସ୍ତାରୋକ କରିଥିବା ବେଳେ, ଆଜି ସକାଳୁ ସୁନାପାଳ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

Leave a Reply

Your email address will not be published. Required fields are marked *