ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଏନଏସିର ଜଣେ କର୍ମଚାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏନଏସି କର୍ମଚାରୀ ଦୀନବନ୍ଧୁ ପଣ୍ଡା ପଦ୍ମପୁରର ଜଣେ ବ୍ୟକ୍ତି ସନ୍ତୋଷ ପୃଷ୍ଟିଙ୍କ ଠାରୁ ଘର ହୋଲଡିଂ ଟ୍ୟାକ୍ସ କରାଇ ଦେବା ବାବଦକୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ।
ସନ୍ତୋଷ ପୃଷ୍ଟି ତାଙ୍କ ଠାରୁ ଟଙ୍କା ଲାଞ୍ଚ ନେଉଥିବା ଜଣାଇ ଭିଜିଲାନ୍ସ କାର୍ଯ୍ୟାଳୟରୁ ରଙ୍ଗ ଦିଆ ନୋଟ୍ ଆଣିଥିଲେ । ସନ୍ତୋଷ ପୃଷ୍ଟି କର୍ମଚାରୀ ଦୀନବନ୍ଧୁ ପଣ୍ଡାଙ୍କୁ ଟଙ୍କା ଦେଉଥିବା ସମୟରେ ବରଗଡ଼ ଭିଜିଲାନ୍ସର ଏକ ଟିମ ଚଢ଼ାଉ କରି ତାଙ୍କୁ ଧରିଛନ୍ତି । ବର୍ତ୍ତମାନ ଭିଜିଲାନ୍ସ ତରଫରୁ ତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ ସହ ଯାଞ୍ଚ କରୁଛି ।
