ରାମଚନ୍ଦ୍ରପୁର : ଭୋଟ୍ ଦେବାକୁ ମତଦାନ କେନ୍ଦ୍ରକୁ ଯାଇଥିବା ବେଳେ ବୁଧବାର ଦିନ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ହଟହଟା ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ବିଧାୟକ ଶ୍ରୀ ପାତ୍ର ନିଜ ଗାଁ ଗଡ଼ବାନ୍ଧଗୋଡ଼ା ୧୨ ନମ୍ବର ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ତାଙ୍କର ଜଣେ ବିଧାୟକଙ୍କୁ କେନ୍ଦ୍ର ଭିତରକୁ ଡାକି ନେଉଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ବିଧାୟକଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ଜଣାଶୁଣା ଜଣେ ଯୁବନେତାଙ୍କ ସମର୍ଥକମାନେ ତାଙ୍କୁ ବିରୋଧ କରିଥିଲେ । ଲୋକମାନେ ଯେମିତି ଧାଡ଼ିରେ ଆସି ଭୋଟ୍ ଦେଉଛନ୍ତି, ବିଧାୟକ ମଧ୍ୟ ଧାଡ଼ିରେ ଆସି ଭୋଟ୍ ଦିଅନ୍ତୁ ବୋଲି କହିଥିଲେ । ଶେଷରେ ବିଧାୟକ ଲୋକଙ୍କ ସହ ଧାଡ଼ିରେ ଆସି ମତଦାନ କରିଥିଲେ । ଏହି ଘଟଣାକୁ ନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
