ଭୁବନେଶ୍ୱର : ଜବର ଦଖଲ ଉଛେଦକୁ ନେଇ ଉତ୍ତେଜନା । ସରକାରୀ ଜମିରେ ଜବରଦଖଲ କରି ଦୀର୍ଘ ବର୍ଷ ଧରି “ମା ମହିମା” ଢାବା ଚାଲିଥିଲା । ଯାହାକୁ ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଛି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ଖବର ଅନୁଯାୟୀ, ନୟାପଲ୍ଲୀ ମୌଜାର ୬୯୫ ଓ ୬୯୬ ପ୍ଲଟରୁ ଜବର ଦଖଲ ଉଛେଦ ବେଳେ ଉତ୍ତେଜନା । କଳିଙ୍ଗ ଷ୍ଟାଡିୟମର ଗେଟ ନମ୍ବର ୯ କୁ ତଥା ୧୬ ନମ୍ବର ଜାତୀୟ ରାଜପଥ ସଂଲଗ୍ନ କରୁଛି ଏହି ଜମି । ତେଣୁ ଏଠାରେ ଥିବା ଜବରଦଖଲକୁ ଉଚ୍ଛେଦ ଚାଲିଛି । ତେବେ ଏହି ଉଛେଦକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ ଓ ଢାବା ମାଲିକ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
