ଗୋଗୁଆ ଉଚ୍ଚ ବିଦ୍ୟାଳୟର ୩୬ତମ ପ୍ରତିଷ୍ଠା ଦିବସ

ଵଣାଇ : ଵଣାଇ ବ୍ଲକ୍ ଅନ୍ତର୍ଗତ ଗୋଗୁଆ ଉଚ୍ଚ ବିଦ୍ୟାଳୟର ୩୬ ତମ ପ୍ରତିଷ୍ଠା ଦିବସ ଗତକାଲି ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଵଣାଇ (ଖ) ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଵଣାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନିଲ କୁମାର ମୁଣ୍ଡ ଅଧ୍ୟକ୍ଷତା କରିଥିବାବେଳେ, ସମ୍ମାନିତ ଅତିଥି ଭାବେ ଗୋଗୁଆ ସରପଞ୍ଚ ଲଳିତ ମୋହନ କିସାନ, ସମିତି ସଭ୍ୟା ରଶ୍ମୀ ପ୍ରଧାନ, ସ୍କୁଲ ପରିଚାଳନା ଅଧ୍ୟକ୍ଷ ହେମନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ ।

ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ କଠିନ ପରିଶ୍ରମ ଦ୍ଵାରା ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଏହି ଶିକ୍ଷାନୁଷ୍ଠାନ ଶିକ୍ଷାଦାନ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ଆଗାମୀ ଦିନରେ ବିଦ୍ୟାଳୟର ସାମଗ୍ରିକ ବିକାଶ ଓ ଉନ୍ନତି ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଝସକେତନ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଅତିଥିମାନଙ୍କ ଦ୍ଵାରା ବିଦ୍ୟାଳୟ ପ୍ରାଙ୍ଗଣରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିବା ବେଳେ ଶେଷରେ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *