ଦେବଗଡ : ସାପ ବିଷ କହି ତରଳ ପଦାର୍ଥ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ଅଟକ । ଦେବଗଡ ଜିଲ୍ଲା ରିଆମାଳ ଥାନା ପୋଲିସ ଦ୍ବାରା ଦୁଇ ଅଟକ । ଅଟକ ଦୁଇ ଜଣ ସମ୍ବଲପୁର ସଦର ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ ଗାଁର କୈଳାଶ ଚନ୍ଦ୍ର ସାହୁ ଓ ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡା ଅଞ୍ଚଳର ରଞ୍ଜନ କୁମାର ପାଢୀ । ସେମାନଙ୍କଠାରୁ ଏକ କେଜି ସାପ ବିଷ ବୋଲାଉଥିବା ତରଳ ପଦାର୍ଥ ଜବତ ହୋଇଛି । ତରଳ ପଦାର୍ଥ ପରୀକ୍ଷାଗାରରେ ପରୀକ୍ଷା ପରେ ଅସଲି ନା ନକଲି ସାପ ବିଷ ତାହା ଜଣାପଡିବ ।
