ଗଞ୍ଜାମରେ ଡେଙ୍ଗୁ ଆତଙ୍କ, ଜିଲ୍ଲାରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି

ଗଞ୍ଜାମ : ଗଞ୍ଜାମରେ ଡେଙ୍ଗୁ ଆତଙ୍କ । ଜିଲ୍ଲାରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୋଟିଏ ଦିନରେ ତିନିଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବାବେଳେ ମୋଟ ପଜିଟିଭ ସଂଖ୍ୟା ୧୭ରେ ପହଞ୍ଚିଛି । ପୂର୍ବରୁ ଜିଲ୍ଲାରେ ଡେଙ୍ଗୁ ପଜିଟିଭ ସଂଖ୍ୟା ୧୪ ଥିଲା । ତେବେ ଖୋଲିକୋଟରୁ ଦୁଇ ଜଣ କୁକୁଡ଼ାଖଣ୍ଡିରୁ ଜଣେ ଡେଙ୍ଗୁ ପଜିଟିଭ ସଂଖ୍ୟା ଚିହ୍ନଟ ହୋଇଛି ।

ତିନିଜଣ ମଧ୍ୟରୁ ଦୁଇଜଣ ବେଙ୍ଗାଲୁରୁରେ ରହୁଥିଲେ । ସେଠାରେ ଜର ହେବାରୁ ଉଭୟ ନିଜ ଘରକୁ ଚାଲି ଆସିଥିଲେ । ଏଠାରେ ରକ୍ତ ପରୀକ୍ଷା ଦ୍ବାରା ଡେଙ୍ଗୁ ପଜିଟିଭ ଜଣାପଡିଥିଲା । ଜିଲ୍ଲାରେ ଯେଉଁ ଯେଉଁ ବ୍ଲକରେ ଡେଙ୍ଗୁ ପଜିଟିଭ ଚିହ୍ନଟ ହେଉଛନ୍ତି ସ୍ବାସ୍ଥ୍ୟ ବିଭାଗ ଟିମ ଯାଇ ଲୋକଙ୍କୁ ସଚେତନତା କରିବା ସହ ଏମକେସିଜିରେ ଡେଙ୍ଗୁ ଚିକିତ୍ସା ପାଇଁ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଥିବା ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *