ଅର୍ଜୁନ ପୁରସ୍କାର ରେ ସମ୍ମାନିତ ହେଲେ ବଣାଇ ମାଟିର ପୁଅ

ବଣାଇ : ଵଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଲଛଡା ଗ୍ରାମ ରେ ଜନ୍ମିତ ଓଡ଼ିଶାର ଗର୍ବ ଓ ଗୌରବ ସୁନ୍ଦରଗଡ଼, ବଣାଇ ମାଟିର ପୁଅ ଶ୍ରୀ ଯୁକ୍ତ ବିରେନ୍ଦ୍ର ଲାକ୍ରାଙ୍କୁ ଆଜି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀ ଯୁକ୍ତ ରାମନାଥ କୋଵିନ୍ଦ ଅର୍ଜୁନ ପୁରସ୍କାର ରେ ସମ୍ମାନିତ କରିଅଛନ୍ତି ।
ଚଳିତ ବର୍ଷ ଟୋକିଓ ଅଲିମ୍ପିକ ରେ ଉପ ଅଧିନାୟକ ଭାବେ ତାଙ୍କ ପ୍ରତିନିଧିତ୍ଵ ରେ ଭାରତୀୟ ହକି ଦଳ ଚମ୍ପିୟାନ ର ଆଖ୍ୟା ପାଇବା ସହିତ ,ବ୍ରୋଞ୍ଜ ପଦକ ହାସଲ କରି ସାରା ଭାରତକୁ ଗୈାରଵାନିତ୍ୟ କରି ପାରିଥିଲା । ତେଣୁ ଆଜି ଅର୍ଜୁନ ପୁରସ୍କାର ପାଇବାର ଖବର ଶୁଣି ହକି ର ଏନ୍ତୁଡ଼ିଶାଳ ବୋଲାଉଥିବା ସୁନ୍ଦରଗଡ଼ ଜିଲ୍ଲା ସମେତ ଵଣାଇ ଉପଖଣ୍ଡ ର ସମସ୍ତ ଜନସାଧାରଣ, ରାଜନେତା, ବୁଦ୍ଧିଜୀବିମାନେ ଖୁସି ବ୍ୟକ୍ତ କରିବା ସହିତ , ତାଙ୍କ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଅଛନ୍ତି ।

Leave a Reply

Your email address will not be published. Required fields are marked *