ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାନଖେମୁଣ୍ଡି  : ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଦିଗପହଣ୍ଡି ବ୍ଲକ ଲୋଚପଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗାଈକୁ ଖାଇବାକୁ ଦେଉଥିବା ବେଳେ ବିଷାକ୍ତ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ । ମୃତକ ମହିଳା ହେଉଛନ୍ତି ଏମ ଲକ୍ଷ୍ମୀ ।

ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ଆଜି ମଧ୍ୟ ଗାଈକୁ ପାଳ ଦେବାକୁ ଯାଇଥିଲେ ଏମ୍‌ ଲକ୍ଷ୍ମୀ । କିନ୍ତୁ ସେଠାରେ ଅପେକ୍ଷା କରିଥିଲା ମୃତ୍ୟୁ । ଗାଈ ପାଇଁ ପାଳ ଆଣୁଥିବା ବେଳେ ପାଳରୁ ସାପ ବାହାରି ତାଙ୍କୁ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *