ଭୁବନେଶ୍ବର : ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା । ୩୭ ଲକ୍ଷ ଚାଷୀଙ୍କୁ ଆକାଉଣ୍ଟକୁ ୭୪୩ କୋଟି ଟଙ୍କା ପଠାଇଲେ ରାଜ୍ୟ ସରକାର । ରବି ଫସଲ ପାଇଁ ଚାଷୀଙ୍କୁ ମିଳିଲା କାଳିଆ ଯୋଜନାର ସହାୟତା ରାଶି ।
କାଳିଆ ଯୋଜନାର ବିଭିନ୍ନ କିସ୍ତିରେ ରାଜ୍ୟର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଆଜି ସୁଦ୍ଧା କାଳିଆ ଯୋଜନାରେ ରାଜ୍ୟର ଚାଷୀଙ୍କୁ ମୋଟ ୩୨୦୦ କୋଟି ଟଙ୍କା ସହାୟତା ପ୍ରଦାନ କରିସାରିଲେଣି ରାଜ୍ୟ ସରକାର ।
