ଦୁର୍ବୃତ୍ତ ଘରେ ନିଆଁ ଲଗାଇଲେ : ମାଆ-ପୁଅ ଜୀବନ୍ତ ଦଗ୍ଧ

  କେନ୍ଦୁଝରକେନ୍ଦୁଝର ଜିଲା ଆନନ୍ଦପୁର ନନ୍ଦିପଦା ଥାନା ଅନ୍ତର୍ଗତ କଳିଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଲୁଟ ପରେ ଦୁର୍ବୃତ୍ତମାନେ ଏକ ଘରେ ଲଗାଇଲେ ନିଆଁ ଲଗାଇଦେବାରୁ ଉକ୍ତ ଘରେ ରହୁଥିବା ମାଆ-ପୁଅ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଦୁର୍ବୃତ୍ତମାନେ ଘରେ ପଶି ଚୋରି କରିବା ପରେ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି। ଫଳରେ ଘରେ ଶୋଇଥିବା ଅବସ୍ଥାରେ ମାଆ-ପୁଅ ଜଳି ଯାଇଛନ୍ତି ବୋଲି ପ୍ରାର୍ଥମିକ ସୂଚନା ମିଳିଛି। ଏକ ପୁରୁଣା ଅଙ୍ଗନବାଡ଼ି ଘରେ ଅସ୍ଥାୟୀ ଭାବେ ମାଆ-ପୁଅ ରହୁଥିଲେ। ଦୁର୍ବୃତ୍ତଙ୍କ କୌଣସି ଖବର ମିଳିପାରି ନଥିବା ବେଳେ ଖବର ପାଇ ନନ୍ଦିପଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଉତ୍ତ୍ୟକ୍ତ ସ୍ଥାନୀୟଲୋକେ ଓରାଳ-ଶାଳଣିଆ ରାସ୍ତା ଅବରୋଧ କରିଛନ୍ତି ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *