ଭୁବନେଶ୍ବର : ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜମି ଦଲାଲ ଗିରଫ । ଅଭିଯୁକ୍ତକୁ ଗିରଫ କଲା କମିଶନରେଟ୍ ପୋଲିସ । ୨୦୧୫ ମସିହାରେ ଲୋକଙ୍କୁ ଘର ଜମି ଦେବାକୁ କହି ଠକିଥିଲା ଲକ୍ଷ ଲକ୍ଷ ଟଙ୍କା । ଗିରଫ ଦଲାଲ ଜଣକ ହେଲେ ପର୍ଶୁରାମ କାଣ୍ଡି ।
ସୂଚନାଯୋଗ୍ୟ ଯେ, ୨୦୧୫ ମସିହାରେ ଲୋକଙ୍କୁ ଘର ଜମି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପର୍ଶୁରାମ କାଣ୍ଡି ନାମକ ବ୍ୟକ୍ତିକୁ ଗିରଫ କଲା ପୋଲିସ । ଉତ୍ତରପ୍ରଦେଶରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି କମିଶନରେଟ୍ ପୋଲିସ । ୨୦୧୫ ମସିହାରେ ଲୋକଙ୍କୁ ଘର ଜମି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିଥିଲା ପର୍ଶୁରାମ । ଠକେଇ କରି ପର୍ଶୁରାମ ପରିବାର ସହ ଉତ୍ତରପ୍ରଦେଶ ଚାଲି ଯାଇଥିଲା । ତେବେ ଉତ୍ତରପ୍ରଦେଶରୁ ଗିରଫ କରାଯାଇଥିବା ନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
