କିଏ ମାରିଦେଲା ମହିଳାଙ୍କୁ ? ହତ୍ୟା ପଛର ରହଶ୍ୟ ଖୋଜୁଛି ପୁଲିସ

ଜଳେଶ୍ୱର:(ସଂଜୟ ଦାସ) କରୋନା ର ବିପତ୍ତି ମୁକାବିଲା ପାଇଁ ରାତିରେ ସରକାରଙ୍କ କର୍ଫ୍ୟୁ କଟକଣା ଜାରିଥିବାବେଳେ ପୋଲିସର କଡ଼ା ପହରା ଚାଲିଥିବାସତ୍ୱେ ଜଳେଶ୍ୱର ସହରର ମଧ୍ୟ ସ୍ଥଳରେ ଥିବା ପୁର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ମହିଳା ସଫେଇ କର୍ମି ମର୍ଡର ଘଟଣା ଯାହା ସହର ଅସୁରକ୍ଷିତ ବୋଲି ପ୍ରମାଣ କରୁଛି । ବାଲେଶ୍ଵର ଜିଲ୍ଲାର ଦ୍ୱିତୀୟ ସହର କୁହାଯାଉଥିବା ଜଳେଶ୍ୱର ପୁର୍ତ୍ତ ବିଭାଗ ଡାକବଙ୍ଗଳାରେ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଚକିତ କରିଦେଇଛି।
ରାଇବାଣିଆ ଥାନା ,ଓଲମରା ଅଂଚଳର ଶେଖ ଆପ୍ସା ବେତଙ୍କ ପତ୍ନୀ ଜୁମୁନି ବିବି (୪୬) ବର୍ଷ ବର୍ଷ ଧରି ଉକ୍ତ ଡାକବଙ୍ଗଳାରେ ଦୈନନ୍ଦିନ ସଫେଇ କର୍ମି ଭାବେ କାର୍ଯ୍ୟ କରୁଥିଲେ । ପ୍ରତିଦିନ ଭଳି ଗତକାଲି ବୁଧବାର କାମ ସାରି ରାତିରେ ଡାକବଙ୍ଗଳାରେ ଥିବା ଏକ କ୍ୱାଟରରେ ଶୋଇଇବାକୁ ଯାଇଥିଲେ । ରାତି ପାହିବାପରେ କେହିଜଣେ କ୍ୱାଟରକୁ ଡାକିବାପାଇଁ ଯାଇଥିଲେ । କ୍ବାଟର କବାଟ ଖୋଲା ଥିଲା ରୁମ ଭିତରେ ମହିଳା ଜଣକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା ମରଶରୀର କେହି ଦୁର୍ବୁତ୍ତ ପନିକି ଓ କତା ସାହାଯ୍ୟରେ ବେକ ଓ ଛାତି କୁ ହଣା ଯାଇଥିବା ସନ୍ଦେହ କରାଯାଇଛି । ମହିଳା ଜୁମୁନିକୁ କିଏ ଓ କେଉଁ କାରଣରୁ ହତ୍ୟା କରି ଚମ୍ପଟ ମାରିଛି ଯାହା ଏବେ ସନ୍ଦେହ ଘେରରେ । ଜଳେଶ୍ୱର ପୋଲିସ ଓ ଏକ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ପ୍ରଥମ ପର୍ଯ୍ୟାୟ ତଦନ୍ତ କରି ମାରଣାସ୍ତ୍ର ଜବତ କରିବା ସହ ୨୧୧/୨୦ ମୂଳେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ସେପଟେ ଜଳେଶ୍ୱର ପୋଲିସ ଘଟଣା ଘଟାଇଥିବା ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇବା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *