ନୀଳଗିରି : ଜନତାଙ୍କ ପାଇଁ ନେତା , ଜନତାଙ୍କ ସୁଖ ଦୁଖରେ ସାମିଲା ହେବା ନେତାଙ୍କ କର୍ତ୍ତବ୍ୟ , କିନ୍ତୁ ନେତା ଜେ ନିର୍ବାଚନ ପରେ ଭୁଲିଯାଆନ୍ତି ତାହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ପ୍ରତାପ ଷଡଙ୍ଗୀ । ନିଜକୁ ନିସ୍କଳଙ୍କ, ନିରିହ, ଗରିବ ବୋଲି ଡିଣ୍ଡିମ ପିଟୁଥିବା ଷଡଙ୍ଗି ବାବୁ ଜେ ଗରିବ ନୁହନ୍ତି ତାହାର ବହୁ ପ୍ରମାଣ ଆମେ ଦେଇସାରିଛୁ । କିନ୍ତୁ ସେ ଜେ ସାଧାରଣ ଲୋକଙ୍କ ସୁଖ ଦୁଖର ସାଥୀ ନୁହନ୍ତି ତାହାର ଏକ ବଡ ପ୍ରମାଣ ଆମେ ଏବେ ଦେବୁ । ନୀଳଗିରି ନିର୍ବାଚନ ମଣ୍ଡଳି ବା ବାଲେଶ୍ୱର ସଂସଦିୀୟ କ୍ଷେତ୍ର ଯାଉଥିବା ଖନ୍ତାପଡା ଫାଲକନ ଚିଙ୍ଗିଡି ପ୍ରୋସେ ସିଂ ପ୍ଲାଣ୍ଟରେ ଘଟିଥିବା ଦୁର୍ଘଟଣାରେ ୧୦୦ରୁ ଉର୍ଦ୍ଧମହିଳା ଗୁରୁତ୍ତର ହୋଇ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ହେଲେ । ଦଳମତ ନିର୍ବୀ ଶେଷରେ ବହୁ ନେତାଠୁ ସମାଜସେବି ସେଠାରେ ପହଞ୍ଚିଲେ ଏମିତିକି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ରାତି ୩ଟାରେ ବାଲେଶ୍ୱରରେ ପହଞ୍ଚିଲେ କିନ୍ତୁ ପ୍ରତାପ ଷଡଙ୍ଗି ପହଞ୍ଚି ପାରିଲେ ନାହିଁ , ଯାଣିବାକୁ ମିଳେ ସେ କୁଆଡେ ସେଦିନ ବାଲେଶ୍ୱରରେ ଥିଲେ ଏବଂ ଘଟଣା ଘଟିଥିବା ଦିନ ସେ ବାଲେଶ୍ୱର ସ୍ଥିତ ନୋସି ପାର୍କରେ ଏକ ବୈଠକରେ ବସିଥିଲେ । ସମିତି ବୈଠକଠୁ ଆରମ୍ଭ କରି ଜନ୍ମଦିନ ପାଟିରେ ଉପସ୍ଥିତ ରହିବା, ଗାଁରେ ଛୋଟ ଛୋଟ ପିଲାମାନଙ୍କୁ ଖେଳେଇବାବେଳର ଫଟ ଛାଡୁଥିବା ମନ୍ତ୍ରୀ କେମିତି ଏମିତିଏକ ଖରାପ ସମୟରେ ପହଞ୍ଚି ପାରିଲେ ନାହିଁ , ତାହାଲେ କଣ ବୁଝିବାକୁ ହେବକି ଫାଲକନର ମାଲିକ ତାରା ପଟ୍ଟନାୟକଙ୍କ ସହ ଷଡଙ୍ଗି ବାବୁଙ୍କର ଗଭିର ସମ୍ପର୍କରହିଛି ଷଡଙ୍ଗି ବାବୁଙ୍କର ସେଇ ସମ୍ପର୍କ ତାଙ୍କୁ ନଜିବାକୁ ବାଧ୍ୟ କରିଥାଇପାରେ । କିନ୍ତୁ ଏହା କଣ ଜଣେ ନେତାର କର୍ତ୍ତବ୍ୟ ନିଜକୁ ସ୍ୱଛ ଦେଖାଉଥିବା ଷଡଙ୍ଗି ବାବୁ ଯାହା ଦେଖାନ୍ତି ସେଇଆ ନୁହନ୍ତି , ତାହା ସତ । ଏବେ ବାଲେଶ୍ୱର ବାଶୀ ଏ ନେତାଙ୍କ ଚରିତ୍ରକୁ ବୁଝିବା ଦରକାର ଦୁରରୁ ଦେଖାଯାଉଥିବା ପାହାଡ ସୁନ୍ଦର ନୁହଁ ଏ କଥାବାଲେଶ୍ବର ବାଶୀ ଯାଣିବା ଦରକାର ।
