ସୋର : ଦୀର୍ଘ ୧୫ବର୍ଷ ଧରି ଗ୍ରାମ ବାସୀଙ୍କ ଧାରଣା ଓ ଅନଶନ ପରେ ନିର୍ମାଣ ହେଲା ରାସ୍ଥା ଏହ ରାସ୍ତାଟି ସୋର ମ୍ୟୁନସିପାଲଟି ଅଧିନ ୧୫ ନଂ ଓ୍ବାଡ ତୁଣ୍ଡପଡା ହନୁମାନ ମନ୍ଦିର ଦେଇ ଯାଇଥିବା ରାସ୍ତାଟି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ପୂର୍ତ୍ତ ବିଭାଗର ଦ୍ବାରା ଏହି ରାସ୍ତା ନିର୍ମାଣ କର୍ଯ୍ୟ ହେଉଥିବା ବେଳେ ଯେଉଁ ଠିକାଦାର ଏହି କାମ କରୁଛି ଅତି ନିମ୍ନ ମାନର କାମ କରୁଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ମାନେ । ଗ୍ରାମବସୀଙ୍କ ଅଭିଯୋଗ ମୂଳେ ରାସ୍ତା ଆରମ୍ଭରେ ଦୁଇଟି ପୋଲ କରିବାକୁ ଥିବାବେଳେ ଏହି ପୋଲ ଦୁଇଟି ଅତି ନିମ୍ନ ମାନର କାମ ହେଉଛି । ପୋଲ ମଝିରେ ସିମେଣ୍ଟ୍ ପଥର ଢଳେଇ ଦେବା ବଦଳରେ ବାଲି ବସ୍ତା ଗୁଡିକ ଦେଇ ଢଳେଇ ଦିଆଯାଇଛି । ଯାହାଦ୍ବାରା କି ଅସାରାଏ ବର୍ଷାରେ ପୋଲଟି ଧୋଇହେଇ ଯାଉଛି । ଗ୍ରାମବାସୀ ମାନେ ଏହି ପୋଲର ସ୍ଥାୟୀତ୍ବକୁ ନେଇ ସନ୍ଦେହ କରୁଥିବା ବେଳେ । ଜଣେ ପେଟି ନେତା ଏହି ନିମ୍ନ ମାନର ରାସ୍ତା ନିର୍ମାଣରେ ସାମିଲ ଥିବା ଜଣାପଡିଛି ା ଏନେଇ ଗ୍ରାମବାସୀ ମାନେ ରାସ୍ତା ନିମ୍ନ ମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି । ତେବେ ପୁର୍ତ୍ତବିଭାଗ ଅଧିକାରୀ କେବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକିରହିଲା ା ଅନ୍ୟପଟେ କାର୍ଯ୍ୟାନୁଷ୍ଠାନ ନହେଲେ ପୁଣିସୋରରେ ଉଠୁବସ ଘଟଣାର ପୁନରାବ୍ରୁତି ହୋଇପାରେ ା
