ସୋର : ଯେମିତି ଦ୍ୱିପ ଯୋର ଜଳିଲେ ତାର ଶେଷ ସମୟ ଆଶେ ବୋଲି କୁହାଯାଏ। ଠିକ ସେମିତି ଜଣେ ଖୁବ ଶିଘ୍ର ନାମ କମାଇଲା ପରେ ବଦନାମ ହୋଇଯାଇଥାଏ। ଯାହା ସୋର ତହସିଲରେ ଦେଖିବାକୁ ମିଳିଛି। ପଥର ମାଫିଆ ମାନଙ୍କ ମନରେ ଛନକା ପସାଇଥିବା ସୋର ତହସିଲଦାର ଶେଷରେ ସେହି ପଥର ମାଫିଆଙ୍କ ଠାରୁ ଟଙ୍କା ନେବା ସମୟରେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି। ଗତ ୧୧ ତାରିଖରେ ବାଗୁଡି ପଥର ଖାଦାନରୁ ପଥର ଚୋରି ହେଉଥିବା ଖବର ପାଇ ସୋର ତହସିଲଦାର ଦୈତାରୀ ମଲିକ ଜାତୀୟ ରାଜପଥ କଢରେ ଥିବା ଧଳ କ୍ରସରରେ ଚଢାଉ କରିଥିଲେ। ଏହି ସମୟରେ ୫ଟି ପଥର ବୋଝେଇ ଟ୍ରକକୁ ଜବତ କରି ସୋର ତହସିଲ ପରିସରରେ ଅଟକ ରଖିଥିଲେ। ଗାଡି ଗୁଡିକୁ ଛାଡିବା ପାଇଁ ୧ ଲକ୍ଷ ଟଙ୍କା ଦାବି କରିଥିବା ବେଳେ ସୋର ଟ୍ରକ ମାଲିକ ସଂଙ୍ଘର ଜଣେ କର୍ମକର୍ତ୍ତ ଦୟାନିଧି ଜେନାଙ୍କ ହସ୍ତକ୍ଷେପରେ ତହସିଲଦାରଙ୍କୁ ୪୦ ହଜାର ଟଙ୍କା ଦେବାକୁ ରାଜି କରାଇଥିଲେ। ଆଜି ଏହି ୪୦ ହଜାର ଟଙ୍କା ଦଲାଲ ଦୟାନିଧି ଜେନାଙ୍କ ମାଧ୍ୟମରେ ଦିଆଯାଇଥିବା ବେଳେ ଟ୍ରକ ମାଲିକଙ୍କ ଅଭିଯୋଗ ମୁଳେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ସମୟରେ ତହସିଲ ପରିସରରୁ ଶ୍ରୀ ଜେନା ଓ ତହସିଲଦାର ଶ୍ରୀ ମଲିକଙ୍କୁ ଗିରଫ କରାଯାଇ ବାଲେଶ୍ୱର ଅଭିମୁଖେ ନିଆଯାଇଛି। ଏହି ସମୟରେ ତହସିଲଦାର ଶ୍ରୀ ମଲିକ ରହୁଥିବା ଘର ଓ ତହସିଲ କାର୍ଯ୍ୟାଳୟରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା।
