ସୋର: ପୂର୍ତ୍ତ ବିଭାଗ ଯନ୍ତ୍ରୀ ବାସୁଦେବ ପ୍ରସାଦ ସାହୁ ୨ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ବର ଭିଜିଲାନ୍ସର ଏକ ଟିମ ଧରିଛି। ତେବେ ଏହି ଚଢାଉ କରାଇଥିବା ଠିକାଦାରଙ୍କ ସହ ପୂର୍ବରୁ ଜେଇଙ୍କ ସମ୍ପର୍କତିକ୍ତତା ଥିବା ନେଇ ଯାଣିବାକୁ ମିଳିଛି। ମିଳିଥିବା ସୂଚନା ମୂଳେ ସହକାରୀ ଠିକାଦାର ସନ୍ତୋଷ ନାୟକଙ୍କ ଠାରୁ ରାସ୍ତା କାମ ବିଲ ପାସକରିବା ପାଇଁ ନେଉଥିଲେ ନଗଦ ୨ଲକ୍ଷ ଟଙ୍କା ସୋର-ଚଡକମରା ରାସ୍ତା ୬କୋଟି ଟଙ୍କାରେ କାର୍ଯ୍ୟହୋଇଥିଲା ବେଳେ ବିଲ କରାଇଦେବି କହି ମାଗିଥିଲେ ଲାଞ୍ଚ। ତେବେ ସନ୍ତୋଶ ନାୟକ ପୂର୍ବରୁ ଇଟୁଆରେ ଏକ ରାସ୍ତାକାମ କରୁଥିବା ବେଳେ ଜେଇ ବାସୁଦେବ ସାହୁ ସେହି କାମଠିକ୍ ଭାବେ କରୁନଥିବା କହି କାମବନ୍ଦ କରିଥିଲେ ଜେଉଁଥିରେ ସୋରଥାନାରେ ଏକ ମାମଲା ହୋଇ ଆପୋଶ ବୁଝାମଣା ହୋଇଥିଲା। ତେବେ ସେଇ ପୂର୍ବରାଗ ପାଇଁ ବାସୁସାହୁଙ୍କୁ ରେଡ କରାଯାଇଥିବା କୁହାଯାଉଛି। ଅନ୍ୟପଟେ ବାସୁ ପ୍ରସାଦଙ୍କ ଭଡା ଗାଡିରୁ ୬୪ହଜାର ୫ ଶହ ଟଙ୍କା ଜବତ କରାଯାଇଛି। । ଅନ୍ୟପଟେ ଠିକାଦାରଙ୍କ ବହୁବିଲ ଜେଇ ଜଣକ ବନ୍ଦକରିଥିଲେ ା
