ଉତ୍କଳ ସାମ୍ବାଦିକ ସଂଘର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରୀଣି ଓ ଜିଲ୍ଲା ବାର୍ଷିକ ଉତ୍ସବ

ବାହାନଗା : ଅନୁବନ୍ଧିତ ବାଲେଶ୍ବର ଜିଲ୍ଲା ଶାଖା ଆନୁକୁଲ୍ୟରେ ଉତ୍କଳ ସାମ୍ବାଦିକ ସଂଘର  ଦୁଇଦିନିଆ ରାଜ୍ୟ ସମ୍ମିଳନୀ ବାଲେଶ୍ଵର ସ୍ଥିତ ବାହାନଗା ଠାରେ ଭବ୍ୟ ସମାରୋହ ସହକାରେ ଆୟୋଜିତ ହୋଇଯାଇଛି । ବାଲେଶ୍ଵର ଜିଲ୍ଲା ଶାଖା ସଭାପତି ତଥା ସଂଘର ଅନ୍ୟତମ ଲଢୁଆ ନେତା ଶ୍ରୀ ଲୋକନାଥ ଦଳେଇଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ବୈଠକରେ ସଂଘର ୨୫ଟି ଜିଲ୍ଲାରୁ  ସଭାପତି, କାର୍ଯ୍ୟକାରୀ ସଭାପତି,ସମ୍ପାଦକ,ଉପଦେଷ୍ଟା ତଥା ରାଜ୍ୟ ଓ ଜିଲ୍ଲା ଶାଖା କର୍ମକର୍ତ୍ତା ମାନେ ଯୋଗଦେଇ  ବୈଠକର ଆଭିମୁଖ୍ୟକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ପ୍ରଥମ ଦିନରେ ଆୟୋଜିତ ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ପାରମ୍ପରିକ ନୃତ୍ୟ ଓ ବାଦ୍ୟ-ବାଜଣା ମଧ୍ୟରେ ଯେଭଳି ଭାବେ ପାଖାପାଖି ୨ କିଲୋମିଟର ପର୍ଯ୍ୟନ୍ତ ଶୋଭାଯାତ୍ରା ସହ ପ୍ରତିନିଧି ମାନଙ୍କୁ ପାଛୋଟି ନିଆଗଲା ତାହା ସମସ୍ତଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା। ଏହି ଦୁଇଦିନିଆ ସମ୍ମିଳନୀର ଉଭୟ ବୈଠକ ଅବସରରେ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ପାତ୍ର,ବିଧାୟକ ଶ୍ରୀ ପର୍ଶୁରାମ  ଧଡା, ବିଧାୟକ ଶ୍ରୀ ସୁକାନ୍ତ କୁମାର ନାୟକ ଓ ନୟାଗଡ଼ ପ୍ୟୈରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିରୂପମା ଖଟେଇଙ୍କ ସମେତ ଅନେକ ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଅବସରକାଳୀନ ଭତ୍ତା ପ୍ରଦାନ, ସ୍ଵାସ୍ଥ୍ୟ ବୀମା ରାଶି ବୃଦ୍ଧି ତଥା ବ୍ୟାପକ ଅଧିସ୍ବୀକୃତି ପ୍ରଦାନ ଇତ୍ୟାଦି ବହୁ ଅପେକ୍ଷିତ ଦାବି ସଂପର୍କରେ ସବିସ୍ତୃତ ଆଲୋଚନା କରାଯାଇଥିଲା। ଇତ୍ୟବସରରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ମସୁଧା ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ମିଶ୍ର ସାମ୍ବାଦିକଙ୍କ ସୁଖସ୍ୱାଛନ୍ଦ ସମ୍ବନ୍ଧିତ ତୁଳନାତ୍ମକ ଚିତ୍ର (ଅନ୍ୟାନ୍ୟ ୧୫ ଗୋଟି ରାଜ୍ୟ ସହ) ପ୍ରଦାନ ପୂର୍ବକ ପ୍ରସ୍ତୁତ ମସୁଧା ଉପସ୍ଥାପନ କରିଥିଲେ। ବୈଠକରେ ମଂଚାସୀନ ଜିଲ୍ଲା ସଭାପତି ଓ ରାଜ୍ୟ କର୍ମକର୍ତ୍ତା ମାନେ ଉପସ୍ଥାପିତ ମସୁଧା ଉପରେ ମତାମତ ପ୍ରଦାନ କରିଥିଲେ।ପ୍ରଦତ୍ତ ମସୁଧାକୁ ଚୂଡାନ୍ତ ରୂପ ଦେଇ ସଂଘ ପକ୍ଷରୁ ଉପଯୁକ୍ତ ଫୋରମ୍ ରେ ଉପସ୍ଥାପିତ କରିବାପାଇଁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସମ୍ମିଳନୀର ଦ୍ଵିତୀୟ ଦିବସରେ ବାଲେଶ୍ଵର ସ୍ଥିତ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବା ସହ ବୈଠକ ସ୍ଥଳର ମନୋରମ ପରିବେଶ ଓ ରୁଚିକର ଖାଦ୍ୟପେୟର ଆୟୋଜନ ଓ ବ୍ୟବସ୍ଥିତ ରହଣି ସୁବିଧା ଇତ୍ୟାଦି ଅତ୍ୟନ୍ତ ଉପଭୋଗ୍ୟ ଥିଲା।

ଏହି ବୈଠକରେ ରାୟଗଡ଼ାରୁ ସଭାପତି ସୁରେଶ କୁମାର ଦାସ, କୋରାପୁଟରୁ ଉପସଭାପତି ସୁଦର୍ଶନ ସେନାପତି, କଳାହାଣ୍ଡିରୁ ସଭାପତି ରଜନୀକାନ୍ତ ମିଶ୍ର, କେଉଁଝରରୁ ସଭାପତି ସତ୍ୟନାରାୟଣ ମିଶ୍ର, ମୟୁରଭଞ୍ଜ ରୁ ସଭାପତି ଅରୁଣ କୁମାର ଓତା, ସମ୍ପାଦକ ସରୋଜ କୁମାର ବେହେରା,ଭଦ୍ରକରୁ ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ତଥା ଜିଲ୍ଲା ସଭାପତି ରବିନାରାୟଣ ଖିଲାର, ଯାଜପୁରରୁ ସଭାପତି ହରିହର ସ୍ବାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ଵଜିତ ନାୟକ, ଜଗତସିଂହପୁରରୁ ସଭାପତି ମନୋଜ କୁମାର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମିଶ୍ର,କେନ୍ଦ୍ରାପଡ଼ାରୁ ସଭାପତି ହିମାଂଶୁ ଶେଖର ନାୟକ, କଟକରୁ ସଭାପତି ସତ୍ୟବ୍ରତ ଦାସ,ପୁରୀରୁ ସଭାପତି ତ୍ରୀବିକ୍ରମ୍ ରାମକୃଷ୍ଣ ମହାପାତ୍ର, ନୟାଗଡ଼ରୁ ସଭାପତି ତଥା ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଖଟେଇ, ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର,କନ୍ଧମାଳ ରୁ ସଭାପତି ସନ୍ତୋଷ କୁମାର ଦାସ,ବୈ।ଦ୍ଧରୁ ସଭାପତି ରତ୍ନାକର ବେହେରା, ସୋନପୁରରୁ ସଭାପତି ଗୋରେଖନାଥ ସାହୁ ଓ ଗଞ୍ଜାମ ରୁ ସଭାପତି ଅନୀଲ କୁମାର ପଟ୍ଟନାୟକ ପ୍ରମୂଖଙ୍କ ସହ ବିଭିନ୍ନ ଜିଲ୍ଲାରୁ ୧୫୦ ରୁ ଉର୍ଦ୍ଧ୍ବ ରାଜ୍ୟ ଓ ଜିଲ୍ଲା କର୍ମକର୍ତ୍ତା ଯୋଗଦେଇ ପ୍ରାସଂଗିକ ବକ୍ତବ୍ୟ ରଖି ଥିଲେ । ସେହିପରି ଉପଦେଷ୍ଟା ବିମଳ କୁମାର ଭଞ୍ଜଦେଓ, ରାଜ୍ୟ କାର୍ଯ୍ୟକାରି ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ, ରାଜ୍ୟ କାର୍ଯ୍ୟକାରି ସଭାପତି ହାରାଧନ୍  ବାନାର୍ଜୀ,ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ କୋଷାଧ୍ୟକ୍ଷ ରାଜେନ୍ ଚୈ।ଧୁରୀ, ଆଇନ ପରାମର୍ଶଦାତା ଆଇନଜୀବୀ ପ୍ରଶାନ୍ତ କୁମାର ସାହୁ, ଉପଦେଷ୍ଟା ଶିବବ୍ରତ ମିଶ୍ର, ରାଜ୍ୟ ସମ୍ପାଦକ ମଦନ ପାଣିଙ୍କ ସକ୍ରିୟ ଅଂଶଗ୍ରହଣ ବୈଠକର ଆଭିମୁଖ୍ୟକୁ ସଫଳ କରିବାରେ ସହାୟକ ହୋଇଥିଲା।

<span;>ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ସାମଗ୍ରୀକ ସଫଳତା ପାଇଁ ଜିଲ୍ଲା ଶାଖା ସଭାପତି ଲୋକନାଥ ଦଳେଇଙ୍କ  ସଂକଳ୍ପିତ ଇଛାଶକ୍ତି ସହ ଲଢୁଆ ସାଥି ସୁଧାଂଶୁ ଶେଖର ବାରିକ, କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ପ୍ରସାଦ ବାରିକ,ସଂଜୟ ଦାସ, ରାଜାରାମ ଦାସ ,ବାହାନଗା ସଭାପତି ଶରତ ସାମଲ, ପ୍ରଫୁଲ୍ଲ ସାମନ୍ତରାୟ, ଭଗବାନ ଦାସ, ବିନୋଦ ବାରିକ,ପ୍ରଶାନ୍ତ ବେହେରା, ଶିଶିର ରାୟ, ସସ୍ମିତା ମହାନ୍ତି, ଦେବେନ୍ଦ୍ର ଦାସ, ସଞ୍ଜୟ ଦାସ, ନିହାର ରଞ୍ଜନ ଜେନା,ଆତ୍ମା ନନ୍ଦ ଦାସ,ଅଶୋକ କୁମାର ପ୍ରଧାନ, ଜୟଶ୍ରୀ ବେହେରା, ଛାୟା କାନ୍ତ ମହାନ୍ତି, ରାଜକିଶୋର ମଲ୍ଲିକ, ଅର୍ଜୁନ ସିଂ,ଗଗନ ସେଠୀ,କମଳ ଲୋଚନ ଆଚାର୍ଯ୍ୟ, ଗଜେନ୍ଦ୍ର ମହାଳିକ ଇତ୍ୟାଦିଙ୍କ ସଂଘୀୟ ମନୋଭାବ ବାସ୍ତବିକ ପ୍ରଶଂସନୀୟ। ଏତାଦୃଶ ସଫଳତାରେ ଭାଗିଦାରୀ ଥିବା ସଭିଙ୍କୁ ଅସରନ୍ତି ଅଭିନନ୍ଦନ ଓ ଅନେକ ଅନେକ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *