ଉମାକାନ୍ତ ରାଧିକା ଫାଉଣ୍ଡେସନର ବାର୍ଷିକ ଉତ୍ସବ

ସୋର, ସୋର ବ୍ଲକ ସାଜନପୁର ପଞ୍ଚାୟତ ଶିରାପୁର ସ୍ଥିତ ଉମାକାନ୍ତ ରାଧିକା ଫାଉଣ୍ଡେସନର ୧୦ମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଆୟୋଜିତ ଏହି ଉତ୍ସବର ପ୍ରଥମ ଦିନରେ ମିନି ମାରାଥନ ଓ ସମ୍ବାଦ ଆମ ଓଡିଶା ସହଯୋଗରେ ଏକ ରାକ୍ତଦାନ ଶିବିର ସହ ଦିବାରାତ୍ର ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିନର ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ସଭାପତି ରୁପମ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ସୋର ତହସିଲଦାର ଦୈତାରି ମଲ୍ଲିକ, ମୁଖ୍ୟବକ୍ତା ଭାବେ ଶ୍ରୀ ରାମ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ମୁଖ୍ୟ ଇନ୍ଦ୍ରଜିତ ଦେ,ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅଶ୍ୱିନୀ ନପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ସୋର ସମ୍ବାଦ ପ୍ରତିନିଧି ଅଭୟ କୁମାର ପତ୍ରୀ, ଆନ୍ଦୋଳନ ଖବରକାଗଜର ସମ୍ପାଦକ ସୁଧାଂଶୁ ଶେଖର ବାରିକ ଓ ଓଡିଶା ଏକ୍ସପ୍ରେସ ଖବର କାଗଜର ଜିଲ୍ଲ ପ୍ରତିନିଧି ଅକ୍ଷୟ କୁମାର ଜେନା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ରଞ୍ଜିତ କୁମାର ବେହେରା ଅତିଥି ପରିଚୟ , ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଦସ୍ୟ ତାପସ ପାତ୍ର,ସୁଶୀଲ ବେହେରା,ଦୀପକ ବେଜ,ପପୁ ବେଜ,ଦେବାଶିଷ ବେହେରା,ତପନ ମହାପାତ୍ର,ଶୁଶାନ୍ତ ବଳ, ସୁବୋଧ ବେହେରା ଓ ପ୍ରୀତମ ବେହେରା ପ୍ରମୁଖଙ୍କ ପରିଚାଳନା କରିଥିବ ବେଳେ ଅନ୍ୟମାନେ ସହଯୋଗ କରିଥିଲେ। ଶେଷରେ ସୋର ଡ୍ୟାନ୍ସ ଏକାଡେମୀର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପୁଣି ବିବାଦରେ ବିବାଦୀୟ ଥାନାଅଧିକାରୀ ପର୍ଶୁ ବାବୁ

ଆନ୍ଦୋଳନ ବ୍ୟୁରୋ:  ସରକାରଙ୍କ ନାରୀକୁ ସମ୍ମାନ ନାରାକୁ ପାଦରେ ଦଳିଚକଟି ଛାରଖାର କରିଦେଇଛନ୍ତି ସିମୁଳିଆ ଆଇ ଆଇ ସି ପର୍ଶୁରାମ ସାହୁ। ବାଲେଶ୍ବର ଜିଲ୍ଲାର ବିବାଦୀୟ ଆଇ ଆଇସି ଭାବେ ଖ୍ୟାତି ଅର୍ଜନ କରିଥିବା ବିରଳ ପୋଲିସ ଅଧିକାରୀ ହେଲେ ପର୍ଶୁବାବୁ। ଜିଏ ସୋରରେ ଥିଲା ବେଳେ ଦଙ୍ଗା ଓ ରେମୁଣାରେ ଥିଲା ବେଳେ ବିବାଦିଅ ହୋଇ ମୟୁରଭଞ୍ଜ ଜିଲାକୁ ବଦଳି ହୋଇଥିଲେ ଏବେ ବାଲେଶ୍ବର ଜିଲ୍ଲା ସିମୁଳିଆକୁ ମାତ୍ର କିଛିଦିନ ପୁର୍ବରୁ ବଦଳି ହୋଇ ଆସି ପୁଣି ଏବେ ବିବାଦରେ। ତେବେ ଆଜିର ଘଟଣା ବର୍ଣ୍ଣନା କରୁଛି ଜଣେ ପୁଲିସ ଅଧିକାରୀ କେତେ ନିର୍ଦୟ ହୋଇପାରନ୍ତି। ଜଣେ ନିରିହା ଅସହାୟା ମହିଳାଙ୍କୁ ନ୍ୟାୟ ଦେବା ଦୂରର କଥା ସମବେଦନା ବି ଦେଇପାରିଲେନି ବରଂ ମାଡ ଖାଇ ଲହୁ ଲୁହାଣ ହେବା ପରେ କହିଲେ ପଡିଯାଇ ଛିଡି ଯାଇଥିବ। ଏକଥା ଆମେ କହୁନୁ ଅଭିଯୋଗ କରିଥିବା ମହିଳା କାନ୍ଦି କାନ୍ଦି ଆମ ପାଖରେ କହିଛନ୍ତି

ଘଟଣା ଅନୁଯାଇ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପଣ୍ଡୁଶାସନ ଗ୍ରାମର ଯଶୋଦା ପାଢୀ ଙ୍କୁ ତାଙ୍କର ଦେଢଶୁର ପିତାମ୍ବର ପ୍ରଧାନ ଏବଂ ତାଙ୍କ ଦୁଇ ପୁଅ ମାରଣାନ୍ତକ ଭାବେ ଅକ୍ରମଣ କରି ଲହୁଲୁହାଣ କରିଥିଲେ। ଏମିତିକି ତାଙ୍କ ମୁଣ୍ଡ ଏବଂ କାନସହ ହାତର କହୁଣି ଫାଟିଯାଇଥିଲା ବେଳେ ତାଙ୍କ ଦେହର ବିଭିନ୍ନ ସ୍ଥାନରେ ମାଡଦାଗ ରହିଛି। ଯାହାକୁ ନେଇ ଯଶୋଦାଙ୍କ ମା ଗତ ୨୨ତାରିଖରେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ହେଲେ ସିମୁଳିଆ ଥାନାର ଆଇ.ଆଇ.ସି ପର୍ଶୁରାମ ସାହୁ ଏହା ମାଡନୁହଁ ବରଂ ତଳେ ପଡି ଫାଟିଯାଇଥିବା କହି ମାମଲା ଋଜୁ କରିନଥିବାର ଯୋଶଦାଙ୍କ ମା ଅଭିଯୋଗ ଆଣିଛନ୍ତି।

ତେବେ ରାଜ୍ୟଠୁ କେନ୍ଦ୍ର ସରକାର ନାରୀଙ୍କୁ ସୁରକ୍ଷା ଏବଂ ସମ୍ମାନର କଥା କହୁଥିଲା ବେଳେ ଏଇକଣ ସମ୍ମାନ ? ଜଣେ ନିସଃହାୟ ମହିଳା କଣ ନ୍ୟାୟ ପାଇବାରୁ ବଞ୍ଚିତ ହେବ ? କାହିଁକି ମାମଲା ନକରି ଦୋଶିଙ୍କୁ ଗିରଫ ନକରି ଥାନାଅଧିକାରୀ ନିରବ ? କାହା ଚାପରେ ଚାପିହୋଇ ସିମୁଳିଆ ଥାନାର ଆଇ.ଆଇ.ସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହଁନ୍ତି ? ଏଇ ମହିଳା ଜଣକ ମନ୍ତ୍ରୀ ଜୋତିପ୍ରକାଶ ପାଣିଗ୍ରାହିଙ୍କ ବେଶ ଜଣା ଶୁଣା ହୋଇଥିଲେବି କାହିଁକି ନିରବି ଯାଇଛନ୍ତି ମନ୍ତ୍ରି ?

ଆମ ଖବର ପ୍ରସାରଣ ପରେ ହୁଏତ ମାମଲା ରୁଜୁ ହୋଇଜିବ କାଉଣ୍ଟର ମାନେ ପ୍ରତିପକ୍ଷଙ୍କ ତରଫରୁ ମଧ୍ୟଏକ ମାମଲା ହୋଇପାର । ତେବେ ପୋଲିସ ବା ଆଇନ ମହିଳାଙ୍କୁ ନ୍ୟାୟ ଦେଉଛି ନାଁ ଦୋଷିଙ୍କୁ ଖସାଇ ଦେବାକୁ ହୋଇଥିବା ଚକ୍ରାନ୍ତରେ ଦୋଶି ଖସି ଯାଇ ମହିଳା ନ୍ୟାୟ ଆଶାରେ ଅନ୍ୟାୟରେ ଜାଲରେ ପଡି ଛଟ ପଟ ହେବେ ତାହା ସମୟ କହିବ। ତେବେ ଏହି ଘଟଣା ସମ୍ପର୍କରେ ଆମେ ଥାନା ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରିଥିଲେବି ସେ କିଛି କହିପାରିବିନି ବୋଲି କହି ଫୋନ କାଟିଦେଇଥିଲେ ଖାଲି ସେତିକି ନୁହଁ ଆମେ ସିମୁଳିଆ ଥାନାକୁ ଘଟଣା ସମ୍ପର୍କରେ ଯାଣିବାକୁ ଯାଇଥିଲେବି ସେ ଆମକୁ ଦେଖାଦେଇନଥିଲେ। ଯାହା ସ୍ପଷ୍ଟ କଲା ଜଣେ ପୋଲିସ ଅଧିକାରୀ କେତେ ଆତ୍ମଗର୍ଭି ହୋଇପାରନ୍ତି। ଏଥିପାଇଁ ହୁଏତ ଆମେ ଏତିକି କହିବା ପୋଲିସ ବାବୁ ଆପଣଙ୍କ ବର୍ଦୀ ସାଧାରଣ ଲୋକଙ୍କ ପାଇଁ ଏତେ ଗର୍ଭ ଠିକ୍ ନୁହଁ । ଆମପାଖରେ ଗର୍ଭକର କିନ୍ତୁ ସାଧାରଣ ଲୋକଙ୍କୁ ନ୍ୟାୟ ଦିଅ କାରଣ ତାଙ୍କ ଟିକସ ଅର୍ଥରେ ଆପଣ ଦରମା ନେଉଛନ୍ତି