ଜଳେଶ୍ବର (ସଞ୍ଜୟ ଦାସ) : କଥାରେ ଅଛି ଘରର ବିଲେଇ ଜଦିଅଣପୁରୁଷା ହେବ ମୂଷା ତା କଟା କଟି କାମରେ ଜୋର ମାତିବ ା ଜଳେଶ୍ବରର ଅସଲି ପୋଲିସିର ନୀରବତା ଦେଖି ନକଲିଙ୍କ ଉତ୍ପାତ ବଢି ବଢି ଚାଲିଛି , ମନରୁ ଯାଉନି ମୋଟା ଅର୍ଥ ଲୁଭ , ବନ୍ଧା ହେବା ପରେବି ହାରାମି ଗିରି ଛାଡୁନାହାନ୍ତି ଦଲାଲ ମାନେ । ଏପରି ଘଟଣା ପୁଣି ଆରମ୍ଭ ହୋଇଛି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଲକ୍ଷ୍ମଣନାଥ ରୋଡ଼ ଟୋଲଗେଟ ପରିସରରେ ।ବର୍ଷ ବର୍ଷ ଧରି ନକଲି ପୋଲିସ ଓ ଆରଟିଓ ସାଜି ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବସ, ଟ୍ରକରୁ ଟୋଲଗେଟ ନିକଟରେ ଜବରଦସ୍ତ ଅର୍ଥ ଆଦାୟ କରିବା ଘଟଣା ଗତ ୧୪/୦୯/୨୦୧୯ ରିଖରେ ଲୋକଙ୍କ ସାମ୍ନାକୁ ଆସିଥିଲା । କିଛି ଯୁବକ ପୋଲିସ ଓ ଆରଟିଓଙ୍କ ନକଲି ପରିଚୟ ଦେଖାଇ ବସରୁ ଅର୍ଥ ଆଦାୟ କରୁଥିବା ବେଳେ ନକଲି ବାବୁ ମାନଙ୍କୁ ତୀର୍ଥଯାତ୍ରୀ ମାନେ କାବୁକରିବା ପରେ ଘଟଣାରେ ଜଳେଶ୍ବର ପୋଲିସ ୭ ଜଣଙ୍କୁ ଗିରଫ କରି ଭିତରକୁ ପଠାଇଛି । ତେବେ ସେମାନେ ଏପର୍ଯ୍ୟନ୍ତ ଭିତରୁ ଫେରି ନଥିବା ବେଳେ ପୁଣି ଆରମ୍ଭ ହୋଇଯାଇଛି ବସରୁ ଡକାୟତି । ବସ ଗୁଡିକ ରାତିରେ ଟୋଲଗେଟ ପରିସରରେ ପ୍ରବେଶ କରିବା ମାତ୍ରେ ନକଲି ପୋଲିସ ବାବୁମାନେ ବସ ନିକଟକୁ ଦୌଡ଼ିଯାଇ ପୋଲିସ ଏଣ୍ଟ୍ରିଫି ୧୦୦/୨୦୦ ଜବରଦସ୍ତ ଆଦାୟ କରିବା ଘଟଣା ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକି ପ୍ରତିଦିନ ରାତିରେ ୫୦ ରୁ ୮୦ ଖଣ୍ଡ ବସରୁ ଟୋଲଗେଟ କ୍ୟାମେରା ସାମ୍ନାରେ ଚାଲିଛି ଡକାୟତି । ଏ ଘଟଣା ନୂଆ ନୁହେଁ, ପୁରୁଣା ନାଟକ । ଜଳେଶ୍ବର ପୋଲିସ ନାଟକର ସବୁ କଳାକାର ମାନଙ୍କୁ ଜାଣିଛି । ଉପରସ୍ତ ଗିରଫ ଘଟଣା ପରେ ଆଉ ଏହି ନକଲି ବାବୁମାନେ ପୋଲିସର ସତର୍କ ଘଣ୍ଟି ଶୁଣି ଦଶହରା ଓ ଦୀପାବଳି ପୂଜା ପାଇଁ ଛୁଟିନେଇ ଡିୟୁଟିର ଥକ୍କା ମାରି ବେଶ ସୁସ୍ଥ ହୋଇ ପୁଣି ସମାନ ଜାଗାରେ ଅର୍ଥାତ ଟୋଲଗେଟ ନିକଟରେ ପୂର୍ବ ଚିରାଚରିତ ଢଙ୍ଗରେ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ଶୁଣିବାକୁ ମିଳୁଛି କି ନିର୍ଦ୍ଧିଷ୍ଟ ଏହି ବସ ଡକାୟତି କରୁଥିବା ନକଲି ବାବୁ ମାନଙ୍କ ପଛରେ ନିର୍ଦ୍ଦିଷ୍ଟ ୨/୩ ଜଣ ଦଲାଲୀ ଶ୍ରେଣୀର ରାଜନୀତି କରୁଥିବା ବ୍ୟକ୍ତିର ଲିଙ୍କ ରହିଛି । ସବୁଠାରୁ ବଡ଼ କଥା ଯେ ଟୋଲଗେଟର ସିସି କ୍ୟାମେରା ଫୁଟେଜ ଯାଞ୍ଚ କରାଗଲେ ଧରାପଡିବ ଟୋଲଗେଟ ନିକଟରେ ରାତିରେ
ବସରୁ ଡକାୟତି କରୁଥିବା ବ୍ୟକ୍ତି ମାନେ କିଏ ? ସେମାନଙ୍କ ପରିଚୟ କଣ ? ରାତିରେ କଣ କରୁଛନ୍ତି ଏଠି ? ତେବେ ଜଳେଶ୍ବର ପୁଲିସ ଜେ ସେମାନଙ୍କ ପ୍ରତି କୋହଳ ମନଭାବ ଦେଖଉଛି ସେଥିରେ ସନ୍ଦେହ ନାହିଁ ତେଣୁ ଏ ବାବଦରେ ଖୋଦ ଏସ୍ପି ତଦନ୍ତ କଲେ ବସରୁ ଡକାୟତି କରୁଥିବା ନକଲି ପୋଲିସ ବାବୁଙ୍କ ଚେହେରା ଧରାପଡ଼ିବା ସହ ଆମ ଖବରର ସତ୍ୟତା ପଦାକୁ ଆସିବ । ଅନ୍ୟପଟେ ଟୋଲଗେଟ ଦଲାଲ ମୁକ୍ତ ହେବ ା
