ଡକାୟତଙ୍କ କବ୍ଜାରେ ଜାତୀୟ ରାଜପଥ ଗୋ ସୁରକ୍ଷା ନାମରେ ଡକାୟତି

ବାଲେଶ୍ବର : ଦିନକୁ ଦିନ ଲଖ୍ମଣନାଥ ଟୋଲ ଗେଟ ଠାରୁ ସିମୁଳିଆ ଥାନା ପର୍ଯ୍ୟନ୍ତ ଥିବା ଜାତୀୟ ରାଜପଥରେ ଦେଖାଣିଆ ଗୋ ସୁରକ୍ଷା କାରୀଙ୍କ ଉତପାତ ବଢୁଛି । ଦିନରେ ମଦ ଗଞ୍ଜେଇ ଖାଇ ମସଗୁଲ ହୋଇ ବୁଲୁଥିବା କିଛି ଯୁବକ ରାତିରେ ଗୋ ଯୁରକ୍ଷା ନାମରେ ଜାତୀୟ ରାଜପଥରେ ଡକାୟତି କରୁଥିବାର ନଜିରା ଏବେ ବାରମ୍ବାର ସାମ୍ନାକୁ ଆସୁଛି । ତେବେ ଆଜିର ଅଭଦ୍ରାମି ସମସ୍ତ ଆଇନ ଶ୍ରୁଙ୍ଖଳାକୁ ଲଙ୍ଗଳା କରି ବିଚ ରାସ୍ତାରେ ବେଇଜତ କରିଛି । ମିଳିଥିବା ସୂଚନା ମୂଳେ ଆଜି ଭୋର ୫ଟା ସମୟରେ ୩ଟି ଗୋରୁ ବୋଝେଇ ପିକଅପ ଗାଡି ଗୋପାଳପୁର-ବାଲେଶ୍ୱର ସଲଟ ରୋଡ଼ର ବାଲେଶ୍ୱର ଅଭିମୁଖେ ଯାଉଥିଲେ। କିଛି ଦୁର୍ବୁତ୍ତ ଗୋପାଳପୁର ଠାରୁ ଉକ୍ତ ଗାଡି ଗୁଡିକ ପଛରେ ଯାଇଥିଲେ। ତେବେ କୌଣସି ବିପଦ ଆଶଙ୍କା କରି ପିକଅପ ଗୁଡିକ ଦ୍ରୁତ ଗତିରେ ଫେରାର ହେବାକୁ ଚେଷ୍ଟା କରିଥିଲେ। ଦୁର୍ବୁତ୍ତମାନେ ସଲଟ ରୋଡ଼ର ଖନ୍ତାପଡା ଥାନା ଶ୍ରୀଜଙ୍ଗ ବଜାର ଠାରେ ଗୋଟିଏ ଗୋରୁ ବୋଝେଇ ପିକଅପ ( ଓଡ଼ି-୦୧-ଏମ-୭୮୬୮)କୁ ଅଟକାଇ ଡ୍ରାଇଭର ଓ ସହଯୋଗୀଙ୍କୁ ମାଡ଼ମାରି ଦଶ ହଜାର ଟଙ୍କା ଲୁଟିବା ପରେ ଡ୍ରାଇଭରକୁ ଗାଡ଼ିରୁ ଓହ୍ଲାଇ ଦେଇ ଗାଡିକୁ ଦ୍ରୁତ ଗତିରେ ନେଇ ପଳାଇଥିଲେ। ତେବେ ଦୁର୍ବୁତ୍ତ ଗୋରୁ ବୋଝେଇ ପିକଅପକୁ ନେଇ ଖନ୍ତାପଡା ଥାନା ଭିଲ୍ଲା ବଗଲପୁର ଆଡିଆ ସ୍ଥିତ ସମୁଦ୍ରକୂଳରେ ଛାଡି ପଳାଇଥିଲେ। ସକାଳୁ ସମୁଦ୍ରକୂଳରେ ଗ୍ରାମବାସୀ ପିକଅପ ପାଖକୁ ଯିବାରୁ ପିକଅପ ଭିତରେ ଗୋରୁ ଥିବା ଦେଖିଥିଲେ। ତେବେ ଏହି ସମୟରେ ପିକଅପ ମାଲିକ ଓ ଗୋରୁ ବେପାରୀ ସେଠାରେ ପହଞ୍ଚି ଥିଲେବି ଲୋକେ ଗୋରୁ ନେବାକୁ ନଦେଇ କିଛି ଗ୍ରାମବାସୀ ନେଇଯାଇଥିଲେ। ତେବେ ଜେଉଁମାନେ ଗୋ ଚାଲାଣ କରୁଛନ୍ତି ସେମାନେ ଆଇନଗତ ଭାବେ ଚାଲାଣ କରୁଛନ୍ତି କି ବେଆଇନ ଭାବେ କରୁଛନ୍ତି ସେମାନଙ୍କ ଉପରେ ପୁଲିସ କିମ୍ବା ଆରଟିଉ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଏ ମଦୁଆ ଉଦଭ୍ରାନ୍ତ ଯୁବକ ମାନେ କାହିଁକି ଗୋରୁଗାଡି ଅଟକାଉଛନ୍ତି । ସବୁଠାରୁ ବଡ କଥା ପୁଲିସ ସେହି ଅସାମାଜିକ ଉଦଭ୍ରାନ୍ତ ମଦୁଆ ଯୁବକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ କାହିଁକି ନିରବ ରହୁଛି ? ତେବେ ଆଗାମି ଦିନରେ ଏଭଳି କିଛି ଅସାମାଜିକ ଯୁବକ ମାନେ ଗୋରୁ ଚାଲାଣ କାରିଙ୍କ ଆକ୍ରୋଶରେ ଶ୍ବୀକାର ହେବାର ଆଭାଶ ମିଳୁଛି ।

Leave a Reply

Your email address will not be published. Required fields are marked *