ସୋର ବିଇଓଙ୍କୁ ମାଡ ଶିକ୍ଷକ ବିଜୟ ବିଶ୍ୱାଳ ନିଲମ୍ବିତ, ବନ୍ଧା ହେବା ରହିଲା ବାକି

ସୋର : ସୋର ବିଇଓଙ୍କୁ ମାଡର ଚକ୍ରାନ୍ତକାରି ସାରେ ଏବେ ଚାକିରି ହରାଇଲେ , ଖାଲି ବନ୍ଧା ହେବା ରହିଲା ବାକି , ପୋଲିସ ସୋର ବିଇଓଙ୍କ ମାଡ ଘଟଣାରେ ଶିକ୍ଷକ ବିଜୟ ବିଶ୍ୱାଳଙ୍କୁ ଖୋଜୁଥିବା ବେଳେ ଠିକଣା ବଦଳାଇ ବୁଲୁଛନ୍ତି ସାରେ , ହେଲେ ଜିଲାପାଳ ଗତକାଲି ନିଦେ୍ର୍ଦଶ ଦେଇଛନ୍ତି ବିଜୟଙ୍କୁ ନିଲମ୍ଭିତ କର ।ଗତ ୧୨ ତାରିଖ ତେଣ୍ଟେଇ ବିସି ହାଇସ୍କୁଲ ଶିକ୍ଷକ ବିଜୟ ବିଶ୍ୱାଳଙ୍କ ବଦଳିକୁ ନେଇ ସପକ୍ଷ ବିପକ୍ଷ ଛାତ୍ରଛାତ୍ରୀ ଅଭିଭାବକ ସ୍କୁଲ ସମ୍ମୁଖରେ ଧରଣା ଦେଇଥିଲେ । ସେଦିନ ସୋର ବ୍ଲକ ପରିସରରେ ମିଳିତ ଜନ ଶୁଣାଣୀ ଶିବିର ରହିଥିଲା । ଶିକ୍ଷକଙ୍କ ବଦଳି ବାତିଲ ଦାବି କରୁଥିବା ଗୋଷ୍ଠୀ ବ୍ଳକରେ ପହଞ୍ଚି ବିଇଓ ସୁଧାଂଶୁ ଶେଖର ଜେନାଙ୍କୁ ଶିକ୍ଷକ ବିଜୟଙ୍କ ବଦଳି ବାତିଲ ଦାବି କରିଥିଲେ । ପରେ ବିଇଓଙ୍କୁ ଟେଣ୍ଟେଇ ସରପଞ୍ଚଙ୍କ ନେତୃତ୍ୱରେ ଓ ଶିକ୍ଷକ ବିଜୟଙ୍କ ପ୍ରରୋଚନାରେ ଆକ୍ରମଣ ହୋଇଥିବା ସୋର ଥାନାରେ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ସୁଧା ସେହି ଗୋଷ୍ଠୀ ବାହାରେ ବୁଲୁଥିବା ବେଳେ ପୁଲିସ ଗିରଫ କରୁନଥିବା ବିଇଓ ଏସପି ଓ ଜିଲାପାଲଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ନିରବତାକୁ ନେଇ ବିଇଓ ଗଣମାଧ୍ୟମରେ ପ୍ରଶ୍ନ ଉଠାଇଛନ୍ତି । ସେପଟେ ବିଳମ୍ବିତ ହେଲେ ମଧ୍ୟ ଶିକ୍ଷକଙ୍କୁ ନିଲମ୍ବନ ବିଇଓ ଏବଂ ତାଙ୍କ ପରିବାରକୁ ଆଶ୍ୱସ୍ଥି ଦେଇଥିବ ।

Leave a Reply

Your email address will not be published. Required fields are marked *