ଜଳେଶ୍ୱର : ( ସଂଜୟ ଦାସ ) ଦିନକେଇଟା ପରେ ସାଧାରଣ ନିର୍ବାଚନ , କେଉଁଠି ଆରମ୍ଭ ତ ଆଉ କେଉଁଠି ଶେଷ ହେଲାଣି ପ୍ରାର୍ଥୀ ନାମାଙ୍କନ । ଏହି ଘଡିସନ୍ଧି ମୁହୂର୍ତ୍ତରେ ଜୋରର୍ଦାର ଚାଲିଛି ପ୍ରଚାର ଓ ପ୍ରସାର । ଭୋଟରଙ୍କୁ ମନାଇବା ପାଇଁ ମୈଦାନରେ ପ୍ରତ୍ୟେକ ଦଳର ପ୍ରାର୍ଥୀଙ୍କ ଯୋର୍ଦାର କସରତ । ଠିକ ସେତିକିବେଳେ ବିଜେପି ,କଂଗ୍ରେସ ଓ ବିଜେଡି ଦଳର ନେତା ଓ କର୍ମୀଙ୍କ ବାଡ଼ ଡିଆଁ ନାଟକ ବି କିଛି କମନୁହେଁ । ଯାହାକି ଶେଷରେ ଚତୁର୍ଥ ପର୍ଯ୍ୟାୟ ହେବାକୁ ଥିବା ନିର୍ବାଚନର ପ୍ରାର୍ଥୀଙ୍କ ଟିକେଟ ଘୋଷଣା ପରେ ବିଭିନ୍ନ ଦଳର ଆଶାଇ ମାନେ ଟିକେଟ ତାଲିକାରୁ ବାଦ ପଡିବାପରେ ଦଳର ଛାମୁଆ ନେତା ଓ କର୍ମୀ ମାନେ ବିଭିନ୍ନ ଦଳର ମୁଖିଆ ଙ୍କ ପାଖରେ ସରଣାପର୍ଣ୍ଣ ହେଉଛନ୍ତି ।
ଠିକ ସେହିପରି ଦୃଶ୍ୟ ପଛରେ ପଡ଼ିନାହିଁ ବାଲେଶ୍ବର ଜିଲ୍ଲା ବସ୍ତା ନର୍ବାଚନ ମଣ୍ଡଳୀରେ । ଗତ ତିନିଦିନ ତଳେ ବିଜେଡିର ହେବିୱାଟ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ବିଜେଡି ଛାଡି ବିଜେପି ଘରେ ପଶୁ ନ ପଶୁଣୁ ଦଳ ତାଙ୍କୁ ବସ୍ତା ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଛି । ମାତ୍ର ଟିକେଟ ଘୋଷଣାର ୨୪ ଘଣ୍ଟା ପୁରୁ ନ ପୂରୁଣୁ ବସ୍ତା ବିଜେପିର ପୁରୁଣା ନେତା ଶ୍ୟାମ ପ୍ରସାଦ ବେହେରା ଓ ତାଙ୍କ କିଛି ସମର୍ଥକ ଆଜି ବିଜେପି ଦଳରୁ ଇସ୍ତଫା ଦେଇ ବିଜେଡିର ଶଙ୍ଖ ଧରିବାକୁ ମନ ବଳାଇଛନ୍ତି । ତେବେ ଖାଲି ବସ୍ତା ନୁହେଁ ଆଗକୁ ଜଳେଶ୍ୱର ଓ ଭୋଗରାଇ ବିଜେପିର କିଛି ଛାମୁଆ ନେତାମାନେ ବି ବିଜେପି ଛାଡି ଶଙ୍ଖ ଫୁଙ୍କିବା ପାଇଁ ଡିଆଁ ମାରିବା ଶୁଣିବାକୁ ମିଳିଲାଣି । ତେବେ ବାଲେଶ୍ଵର ଜିଲ୍ଲାରେ ଆଗକୁ ନିର୍ବାଚନ ଖେଳର ଦୃଶ୍ୟ କଣ ହେବାକୁ ଯାଉଛି ତାହା ଦେଖିବା ପାଇଁ ବାକି ରହିଥିଲା ବେଳେ ଜଳେଶ୍ୱରର ବିଜେପି ନେତା ଅରୁଣ କୁମାର ବେଜ, ଭୋଗରାଇର ଅଂଶୁମାନ ମହାନ୍ତି , ସଂଜୀପ ସାହୁଙ୍କ ପରି କିଛି ଛାମୁଆ ନେତା ଦଳଛାଡିବା ଚର୍ଚ୍ଚା ହେଉଛି ା ଜଦି ଏମାନେ ବିଜେପି ଛାଡନ୍ତି ବିଜେପିର ଅପୁରଣିଅ ଖ୍ୟତି ହେବାଟା ଥୟ ବୋଲି ରାଜନୈତିକ ସମିଖ୍ୟକ ମାନେ ମତରଖୁଛନ୍ତି ା
