ସୋର : ଜେଲ ଭିତରେ ଥାଇ ଆଉ ଏକ ମାମଲା ରେ ଗିରଫ କରିବା ଘଟଣାର ନିଲମ୍ବିତ ହେଲେ ସୋରଥାନା ଏ ଏସ ଆଇ ମିନକେତନ ସିଂ । ଜାନୁଆରୀ ରୁ ଜୁଲାଇ ପର୍ଯ୍ୟନ୍ତ ରଣଜିତ୍ ନାୟକ ( କୁଚାଲି ) ନାମକ ବ୍ୟକ୍ତି ଜେଲ ରେ ଥିବାବେଳେ ମେ ମାସର ଏକ ଲୁଟ ଘଟଣାରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଜେଲ ପଠାଇଥିଲେ ମିନକେତନ ସିଂ । ତେବେ ଆଇଜି ଦିପ୍ତେସ ପଟ୍ଟନାୟକ ଉକ୍ତ ଘଟଣାରେ ତଦନ୍ତକାରୀ ଅଧିକାରୀ ଏ ଏସ ଆଇ ମୀନକେତନ ସିଂ କୁ ନିଲମ୍ବନ କରିଥିବା ବେଳେ ଉକ୍ତଘଟଣାର ଅତିରିକ୍ତ ଏସ୍ପିଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ା ତେବେ ମିଳିଥିବା ସୂଚନା ମୂଳେ କୁଚାଲି ନାମରେ ବିଭିନ୍ନ ଥାନାରେ ପୂର୍ବରୁ ବହୁମାମଲା ରହିଥିବା ବେଳେ ପ୍ରୋମଦ ଦାସ ନାମକ ଜଣେ ସାମ୍ବାଦିକଙ୍କୁ ମାଡମାରି ଲୋଟ ଅଭିଯୋଗରେ କୁଚାଲିକୁ ଜାନୁଆରୀ ମାସରେ ଗିରଫ କରାଯାଇଥିଲା ା
