ଜଳେଶ୍ୱର : ଜଳେଶ୍ବର କଂଗ୍ରେସ କର୍ମୀ କହିଲେ ସୁଦର୍ଶନ ତୁମେ ଫେରିଯାଅ , ସୁଦର୍ଶନ ନହଟିଲେ କଂଗ୍ରେସ ଜଳେଶ୍ବରରେ ବୁଡିଜିବ ା ରାଜ୍ୟ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ମନମୁଖୀ ଟିକେଟ ଚୟନକୁ ନେଇ ଜଳେଶ୍ୱର କଂଗ୍ରେସର ବିରୋଧ ।
ରାଜ୍ୟ ପିସିସି ସଭାପତି ଜଳେଶ୍ୱର କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ମୟୁରଭଞ୍ଜ ଜିଲ୍ଲାର ସୁଦର୍ଶନ ଦାସଙ୍କୁ ଅନ୍ୟ ଦଳରୁ ଆଣି ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ଦେଇଥିବା ଅଭିଯୋଗ କରିଛନ୍ତି ଜଳେଶ୍ୱର କଂଗ୍ରେସର ହଜାର ହଜାର କର୍ମି । ଜଳେଶ୍ୱର କଂଗ୍ରେସର ଏ ବିରୋଧ ଜଳେଶ୍ବରରେ କଂଗ୍ରେସ ଦଳକୁ ଧୂଳିସାତ କରିଦେବା ସ୍ପଷ୍ଟ ଦେଖାଯାଉଛି । ସୁଦର୍ଶନ ହଟାଅ ସମାବେଶ ଉପସ୍ଥିତ କର୍ମକର୍ତ୍ତାଙ୍କ କହିବା ମୂଳେ କଂଗ୍ରେସ ରାଜ୍ୟ ଓ କେନ୍ଦ୍ରର ପିସିସି ମୁଖିଆ ଯଦି ଜଳେଶ୍ୱର ବିଧାୟକ ଟିକେଟ ରୁ ସୁଦର୍ଶନ ଦାସଙ୍କୁ ୩ ଦିନ ଭିତରେ ପରିବର୍ତ୍ତନ କରି ଜଳେଶ୍ୱର କଂଗ୍ରେସ ସଂଗଠନର ଆଶାୟୀଙ୍କ ଭିତରୁ ଟିକେଟ ନ ଦେବେ ତାହାଲେ ଜଳେଶ୍ୱର କଂଗ୍ରେସ ସୁଦର୍ଶନଙ୍କୁ ବିରୋଧକରି ସ୍ବାଧୀନରେ ଲଢିବ ା ଏହିସଭାରେ ରାଜପୁତ୍ର ପଞ୍ଚାୟତ ର ପୁର୍ବତନ ସରପଂଚ ଓ ଆଇନଜୀବୀ ପ୍ରଶାନ୍ତ ପ୍ରଧାନ ସଭାପତି କରିଥିବା ବେଳେ କଂଗ୍ରେସ ଜିଲ୍ଲା କାର୍ଯ୍ୟକାରୀ ସଭାପତି, କଂଗ୍ରେସ ନଗର ସଭାପତି ରିୟାଜ ଖାଁ , କଂଗ୍ରେସ ଯୁବ ନେତା ମଧୁସୁଧନ ଦାସ ପ୍ରମୁଖ ଉପସ୍ଥିତ ଥିଲେ
