ଭୁବନେଶ୍ୱର : ବଣ ମଲ୍ଲୀ ବଣରେ ଫୁଟି ମଉଳିବାର ବହୁ ନଜିରା ରହିଛି, କିନ୍ତୁ ବଣର ଅନୁଭୂତିନେଇ ସେଇ ଫୁଲ ଯେ ସହରରେ ଫୁଟିଛି ଆଉ ତାହାର ବାସ ସାରା ସହରଟାକୁ ବାସ୍ନାରେ ମହକାଇଛି ଏଥିରେ ସନେ୍ଧହ ନାହିଁ । ସୋର ଗ୍ରାମଞ୍ଚଳ ରୁ ଯାଇ ରାଜଧାନୀ ଭୁବନେଶ୍ୱରରେ ଦଶ ଜଣକ ମଧ୍ୟରୁ ଜଣେ ହୋଇଛନ୍ତି । ରାଜଧାନୀର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଯାଇଛି ଓଡିଶାର ସବୁଠୁ ବଡ ଏକ୍ସପୋ ୟାଇ.ଆଇ ଇନୋଭେକ୍ସ ୨୦୧୯ । ରାଜ୍ୟର ବଛା ବଛା ଷ୍ଟାଟ ଅପ୍ ଓ ରାଜ୍ୟ ବହାର ମେଣ୍ଟର ତଥା ଇନଭେଷ୍ଟର ମାନେ ଯୋଗଦେଇଛନ୍ତି ଏହି କାର୍ଯ୍ୟକ୍ରମରେ । ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା କର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲ ନୁଆ ଷ୍ଟାଟ ମାନଙ୍କର ପ୍ଲାନକୁ ଇନେଭେଷ୍ଟ ମାନଙ୍କ ସହିତ ଯୋଡିବା । ତେବେ ଏହା ମଧ୍ୟରେ ରୋଚକ ବିଷୟ ହେଉଛି ସୋର ମାଟିର ଜଣେ ଯୁବକ ଏବଂ ତାଙ୍କର ଜଣେ ସାଙ୍ଗଙ୍କ ଉଦ୍ୟମରେ ଷ୍ଟାଟ ଆପ୍ ପ୍ଲାନ ଏପ୍ରୁଭାଲ ହୋଇଛି । ଏବଂ ଏହି ରାଜ୍ୟ ସ୍ଥରୀୟ ସମ୍ମିଳନୀରେ ଯୋଗଦେଇଛନ୍ତି । ଏବଂ ତାଙ୍କର ଏହି ଷ୍ଟାଟ ଆପର ନାଁ ରହିଛି ବୁକ୍ ମେକାନିକ୍ । ସୋର ଅଞ୍ଚଳର ଯୁବକ ସଂଜୟ ବାରିକ ଏବଂ ତାଙ୍କର ଜଣେ ବନ୍ଧୁ ଶୁଭ୍ରଜିତ ପାଲ୍ ତିଆରି କରିଥିବା ଷ୍ଟାଟ ଆପ ପ୍ଲାନ ହେଉଛି ଆନଲାଇନ ପ୍ଲାଟଫର୍ମ । ଏହି ଯୋଜନା ଏକ ବାସ୍ତବିକ ଆରମ୍ଭରୁ ହୋଇଥିଲା । ଆବଶ୍ୟକ ସମୟ ଭୁବନେଶ୍ୱରଭିତ୍ତିକ ଏହି ଷ୍ଟାର୍ଟଆପ ଲୋକଙ୍କ ନିକଟରେ ମେକାନିକ ପହ । ପ୍ରତିଷ୍ଠାତା ସଞ୍ଜୟ ବାରିକ ଦିନେ ଚାଲିବା ପାଇଁ ଯାଇଥିବା ବେଳେ ଦେଖିଲେ ଜଣେ ବୃଦ୍ଧା ବ୍ୟକ୍ତି ନିଜର ବାଇକୁ ଟାଣି ଟାଣିନେଉଛନ୍ତି । ଅଧା ରାସ୍ତାରେ ତାଙ୍କ ଗାଡି ଖରାପ ହୋଇଯାଇଥିଲା । ବାଟରେ ମରାମତି ପାଇଁ କେଉଁଆଡୁ ସାହାର୍ଯ୍ୟ ନମିଳିବାରୁ ବାଧ୍ୟ ହୋଇ ସେ ଗାଡିକୁ ଗଡାଇ ଗଡାଇ ନେଉôତଲେ । ଏଇଠୁ ହିଁ ବୁକ ମେକାନିକର ମୂଳଦୁଆ ପଡିଥିବାର ପ୍ରତିଷ୍ଠାତା ସଂଜୟ କହିଛନ୍ତି । ଯାହାକି ଲୋକଙ୍କ ଦୁଆର ମୁହଁସହ ସଡକ ପାଶ୍ୱର୍ ସେବା ଯୋଗାଇଦେବ । ସମସ୍ତେ ଦିନେ ନା ଦିନେ ଏଭଳି ପରିସ୍ତିଥି ସାମ୍ନା କରିଥିବେ । ଯାହା ରାସ୍ତା ମଝିରେ ଗାଡି ଖରାପ ହୋଇଯାଇଥିବା ଓ ଗାଡି ଗଡାଇ ଗଡାଇ ଘରକୁ ନେଇଯାଇଥିବ । ତେବେ ବୁକ ମେକାନିକର କାମ ଏଇଠାରେ ହିଁ ଆସିଥାଏ ମେଲ୍ ବା ଟେଲିଫୋନ ମାଧ୍ୟମରେ ସେବା ଯୋଗାଇଥାଏ । ମେକାନିକ ଆସି ପାଖରେ ପହଁଚି ଗାଡି ସଜାଡି ଦେଇଥାଏ । ଏବଂ ବିନାନିବେଶକରେ ୧ଲକ୍ଷ ସନ୍ତୁଷ୍ଟ ଗ୍ରାହକ ଥିବାରୁ ଏକ ପ୍ରକାର ସଫଳ ହୋଇ ଛିଡା କରିପାରିଥିବାର ପ୍ରତିଷ୍ଠାତା ସଞ୍ଜୟ ବାରିକ ଓ ତାଙ୍କ ବନ୍ଧୁ କହିଛନ୍ତି ।
