ସୋର ଡାକ୍ତର ଖାନାର ପୁରୁଣା ଏକ୍ସରେ ମେସିନ ବିକିଦେଇଛି ଭଡାଟିଆ ଡାକ୍ତର ସତ୍ୟନାୟକ

ସୋର : ମିଛରେ ଗାଧୋଇ ପଡିଥିବା ଇଣ୍ଟର ନେସନାଲ ମିଛୁଆ ଡାକ୍ତର ସତ୍ୟନାରାୟଣ ନାୟକଙ୍କୁ ନେଇ ଚର୍ଚ୍ଚା I ମେଡିକାଲ ଅଫିସର ଚାର୍ଜରେ ରହି ଡାକ୍ତର ଖାନାରେ ରହୁନଥିବା ଅଭିଯୋଗ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ହେବା ପରେ ଅପଦସ୍ତ ହୋଇ ଥିଲେ I ତେବେ ଦିର୍ଘ ଦିନ ଧରି ସୋରରେ ଆସ୍ତାନ ଜମାଇଥିବା ଏଇ ଡାକ୍ତର ସାମାନ୍ୟ ବଥଟିଏବି ହେଲେ ହଜାର ହଜାର ଟଙ୍କା ଖର୍ଚ୍ଚକରାଇ ବଦନାମ ହେଉଥିବା ବେଳେ ଏବେ ସୋର ମେଡିକାଲରୁ ଏକ୍ସରେ ମେସିନ ଚୋରି ଘଟଣାରେ ସନ୍ଦେହ ଘେରରେ I ସୋରରେ ଜେତେବେଳେ ପ୍ରଥମେ ଏକ୍ସରେ ଆରମ୍ଭ ହୋଇଥିଲା ସେତେବେଳେ ସୋରର ଜଣେ ବ୍ୟବସାଇ ସୋର ମେଡିକାଲକୁ ସିମେନ୍ସ କମ୍ପାନିର ଏକ ଏକ୍ସରେ ମେସିନ ଦାନ କରିଥିଲେ I ଯାହା ୨୦୧୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟ ଖ୍ୟମ ଥିଲା , ହେଲେ ଏବେ ମେସିନଟି ଗାଏବ ହୋଇଜିବା ସାମ୍ନାକୁ ଆସିଥିବା ବେଳେ ମେସିନ କୁଆଡେ ଗଲା ଆଉ କିଏ ବିକିଦେଇଛି ତାହା ବଡ ପ୍ରଶ୍ନ I କଟକର ଏନ . ଏମ ବାୟୋମେଡିକାଲ ନାମକ ଏକ ସଂସ୍ଥାର ଅଡିଟ ରିପୋର୍ଟ ଅନୁସାରେ ମେସିନଟି ଡାକ୍ତର ଖାନାରେ ନାହିଁ I ଜେଉଁ ରିପୋର୍ଟରେ ଦସ୍ତକତ ମାରିଛନ୍ତି ବାଲେଶ୍ବରରୁ ଭଡାରେ ଆସିଥିବା ଡାକ୍ତର ସତ୍ୟନାୟକ I ତେବେ ଯାହା ଶୁଣିବାକୁ ମିଳେ ଏଇ ମେସିନକୁ ଯାଜପୁରର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଛନ୍ତି ସତ୍ୟନାୟକ ଏହାର ସତ୍ୟତା ଯାଣିବା ପାଇଁ ସିଡିଏମଓ ତୁରନ୍ତ ତଦନ୍ତ କରିବା ଆବଶ୍ୟକ I ସରକାର ଲଖ୍ୟ ଲଖ୍ୟ ଟଙ୍କା ଦରମା ଦେଉଥିବା ବେଳେ ଏ ଡାକ୍ତର ବାବୁ ଜଣକ ଟଙ୍କା ପାଇଁ ଏତେ ବିକଳିଆ ହେବା କି ଦରକାର I ତେବେ ଏଠି ସବୁଠାରୁ ଗୁରୁତ୍ବପୁର୍ଣ୍ଣ କଥା ମେସିନ ନମିଳିବା ଯାଣି ମେଡିକାଲ ଅଫିସର ନିରବ ରହିବା ଯାହା ପରୋଖ୍ୟରେ ପ୍ରମାଣ କରୁଛି ଏଇ ମେସିନ ଡାକ୍ତର ନାୟକ ବିକି ଦେଇଛନ୍ତି I ତେବେ କେବେ ତଦନ୍ତ ହେଉଛି ଆଉ ଏ ଡାକ୍ତର ମହୋଦୟଙ୍କ କଳା କାରାନାମାର ପର୍ଦାଫାସ ହେଉଛି ତାହା ଦେଖିବାକୁ ବାକି ରହିଲା I

Leave a Reply

Your email address will not be published. Required fields are marked *