ଅଯୋଗ୍ୟତାକୁ ଲୁଚାଇବାକୁ ରକ୍ତ ଶୋସିବେ ସୋର ତହସିଲଦାର  : ଚାନ୍ଦା ଆଦାୟର ନୂଆ ତରିକା

ସୋର : ସୋରକୁ ଜେତେ ତହସିଲଦାର ଆସିଛନ୍ତି ସବୁଠାରୁ ଅଧିକ ବଦନାମିଆ ତହସିଲଦାର ଅଶୋକ ଦାସ I ବିବାଦ ତାଙ୍କ ପିଛା ଛାଡେନି , ମାଫିଆଙ୍କର ଇଏ କୁଆଡେ ଗଡ ଫାଦେର , ବେ ଆଇନ ଇଟା ଭାଟି , ବେ ଆଇନ ପଥର ପରିବହନ ସାଙ୍ଗକୁ , ମରମ ମାଫିଆଙ୍କର ୟାଙ୍କର ବନ୍ଧୁତା କାହାକୁ ଅଛପା I ତେବେ ସବୁ ସାଇଲା ପରେ ଏବେ ସୋର ବାସିଙ୍କ ରକ୍ତ ପିଇବାକୁ ଅଣ୍ଟା ଭିଡିଛନ୍ତି ବାବୁ ଅଶୋକ ଦାସ I ଗତକିଛିଦିନ ପୂର୍ବରୁ ୭ଟା ଟ୍ରକ ଧରି ୪ଟାରୁ ଫାଇନ ନେଇ ଆଉ ୩ଟାକୁ ଛାଡିଦେଇ ବିବାଦକୁ ଆସିଥିଲେ , ଏବେ ପୁଣି ରକ୍ତ ଦାନ ସିବିର କରିବା ନାମରେ ଚାନ୍ଦା ମାଗୁଥିବା ଶୁଣିବାକୁ ମିଳିଛି I ତହସିଲଦାର ମହୋଦୟ ନିଜେ ବଦନାମ ହେଉଛନ୍ତି ହେଉଛନ୍ତି ବିଡିଓ ଓ ମୁନିସ ପାଲିଟି ଅଧିକାରୀଙ୍କୁ ଡାକୁଛନ୍ତି ବଦନାମର ଏଇ ପଙ୍କରେ ଉବୁଟୁବୁ ହେବାକୁ ଇଏ ବି ଫଟ ଉଠାଇବାକୁ ବ୍ୟାକୁଳ I ରକ୍ତ ନେବା ପାଇଁ ସରକାରଙ୍କର ସ୍ବତନ୍ତ୍ର ସଂସ୍ଥା ଅଛି ଯାହାକୁ ସ୍ବାସ୍ଥ୍ୟ ବିଭାଗ କୁହାଯାଏ  ସ୍ବାସ୍ଥ୍ୟ ବିଭାଗର ରେଡକ୍ରସ ଅଛି ରକ୍ତ ସଂଗ୍ରହ କରିବା ପାଇଁ ଏବଂ ସେଥିପାଇଁ ରେଡକ୍ରସ କ୍ୟାମ୍ପ କରେ ଏବଂ ସେଥିରେ ସମସ୍ତ ଖର୍ଚ୍ଚ ସରକାର କରନ୍ତି I ତହସିଲଦାର ବାବୁ ହେଲେ ରାଜସ୍ବ ବିଭାଗର କର୍ମଚାରୀ ୟାଙ୍କୁ  କିଏ ସ୍ବକ୍ରୁତିଦେଲା ରକ୍ତଦାନ ସିବିର କରିବାକୁ ? ସୋର ତହସିଲଦାର ଜଦି ଏତେ କାଢୁ ସେ ସରକାରଙ୍କୁ ଲେଖନ୍ତୁ ସୋରର ସବୁବିଭାଗ ଦାଇତ୍ବ ତାଙ୍କୁ ଦିଆଯାଉ ସେ ସବୁ ଏକା କରନ୍ତୁ I ନିଜକାମ ଠିକ୍ ସେ କରିପାରୁନଥିବା ଲୋକ ଆଉ କାହା କାମ କରିବାକୁ ହାଇଁ ପାଇଁ I ଜିଲ୍ଲାପାଳ ଏ ବାବଦରେ ସ୍ବକ୍ରୁତି ଦେଇଛନ୍ତିକି ? ନା ଇଏ ଜିଲ୍ଲାପାଳଙ୍କ ଉପରେ ? ନୂଆ ଜିଲ୍ଲାପାଳ ୟାଙ୍କ ବିସୟରେ କେତେ ଯାଣିଛନ୍ତି ତାହା ଜଣା ନାହିଁ , ପୁରୁଣା ଜିଲ୍ଲାପାଳ ୟାଙ୍କ ଇତିହାସ ଭୂଗଳକୁ ପୁରା ମୁହଁରେ ରଖିଥିଲେ I ଶୁଣିବାକୁ ମିଳେ ତହସିଲଦାର ବାବୁ ଏଇ ରକ୍ତଦାନ ସିବିର କରିବା ନାମରେ ବିଭିନ୍ନ ଟ୍ରକ ମାଲିକ , ଖାଦାନ ମାଲିକ , ଇଟାଭାଟି , କ୍ରସର ମାଲିକଙ୍କୁ ସହଯୋଗ କରିବାକୁ କହିଛନ୍ତି ତେବେ ଏ ସହଯୋଗ କି ପ୍ରକାର ସହଯୋଗ ତିଛି ମାଲିକ ନାମ ଗୋପନ ରଖି କହିଛନ୍ତି ଏହା କେବଳ ଆର୍ଥିକ ସହଯୋଗ ତମେକଣ ବୁଝିପାରୁନ , ତାହାଲେ ଏ ସହଯୋଗରେ ଭଲ ଦି ପଇସା ରୋଜଗାରତ ନିଶ୍ଚିତ ବାବୁ ଆମର ପୁରା ମାଲେ ମାଲ ହୋଇଜିବେ I ଜେକୈଣସି ସ୍ଥାନରେ ରକ୍ତଦାନ ସିବିର ହେଲେ ରେଡକ୍ରସ ସମସ୍ତ ଟଙ୍କା ଖର୍ଚ୍ଚ କରିଥାଏ ଇଏ ପୁଣି କି ସହଯୋଗ ମାଗୁଛନ୍ତି ଯାହା ଏବେ ବଡ ପ୍ରଶ୍ନ ବାଚି ! ଅନ୍ୟପଟେ ଆଡସିନାଲ ତହସିଲଦାରଙ୍କ ମୁଣ୍ଡରେ କମ ଚୁଟି ଥିଲେ ମଧ୍ୟ ପୁରା ଟୋକାଲୋକ କିନ୍ତୁ ଧିରେ ଧିରେ ତହସିଲଦାର ମହୋଦୟ ତାଙ୍କୁବି ବ୍ୟବହାର କରୁଥିବା ଶୁଣିବାକୁ ମିଳୁଛି I ବେଳ ଥାଉ ଥାଉ ସାବଧାନ କାରଣ ଭିଜିଲାନ୍ସ ସ୍କାନରରେ ସୋରତହସିଲ ରହିଛି ଆମେବି ଫଟ ଉଠାଇବା ପାଇଁ ପୁରା ରେଡି ଦେଖାଯାଉ କଣ ହେଉଛି I କିନ୍ତୁ ଜିଲ୍ଲାପାଳ ଏ ନେଇ ଦ୍ରୁଷ୍ଟିଦେବା ଦରକାର I ଅନ୍ୟପଟେ କିଛି ଲୋକ ପଚାରୁଛନ୍ତି ସୋର ତହସିଲଦାର ରକ୍ତଦାନ ସିବିର କରି କଣ ସୋମ୍ୟପଟ୍ଟନାୟକଙ୍କ ଭଳି ବିଜେଡିର ବିଧାୟକ ପ୍ରାର୍ଥି ହେବେକି ? ନା ତହସିଲଦାର ଭାବେ ନିଜର ଯୋଗ୍ୟତା ଦେଖେଇ ନପାରି ବଦନାମରୁ ବଞ୍ଚିବା ପାଇଁ ଏ ଯୋଜନା ? ତେବେ ଜିଲ୍ଲାପାଳ ଏଥିନେଇ ଦ୍ରୁଷ୍ଟିଦେବା ଆବଶ୍ୟକ I

Leave a Reply

Your email address will not be published. Required fields are marked *