ସୋର ତହସିଲଦାରଙ୍କ ଛତ୍ରଛାୟାରେ ଚାଲିଛିକି ବେଆଇନ ଇଟାଭାଟି ?

ଆନ୍ଦୋଳନ ବ୍ୟୁରୋ: ସରକାର ରାଜ୍ୟ ରାଜ କୋଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଜଙ୍ଗଲ ରକ୍ଷା ତଥା ଜଙ୍ଗଲରେ ରହୁଥିବା ଜିବଜନ୍ତୁଙ୍କ ସୁରକ୍ଷା ପାଇଁ। ଏହା ସହିତ ବନ ବିଭାଗର କର୍ମଚାରୀ ମଧ୍ୟ ମୋଟା ଅଙ୍କରେ ଦରମା ନେଇ ଜଙ୍ଗଲ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି। ହେଲେ ଇଟା ମାଫିଆ ମାନେ ଏବୁ ନୀତି ନିୟମକୁ ଉଲଙ୍ଘନ କରି ବେଆଇନ ବେଧଡକ ଭାବେ ଚଲାଇଛନ୍ତି ନିଜର କଳା କାରବାର।

ବାଲେଶ୍ବର ଜିଲ୍ଲା ସୋର ବନାଞ୍ଚଳ ମଙ୍ଗଳପୁର ଜଙ୍ଗଲରେ ଦେଖିବାକୁ ମିଳିଛି ଇଟା ମାଫିଆଙ୍କ ଔଧତ୍ୟ। ଜଙ୍ଗଲ ଜମିରେ ଶହ ଶହ ଶାଳଗଛ କାଟି ଲଗାଇଛନ୍ତି ଇଟାଭାଟି। ଏ ସମ୍ପର୍କରେ ସୋର ତହସିଲଦାରଙ୍କ ପାଖରେ ନା କୌଣସି ସୂଚନା ଅଛି ନା ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଯାହାଦ୍ବାରା ଏହି ଇଟା ମାଫିଆଙ୍କୁ ମଙ୍ଗଳପୁର ଜଙ୍ଗଲର ପରିବେଶ ବେଶ ସୁହାଉଛି ।

ଅନ୍ୟପକ୍ଷରେ ନାଲିଇଟାକୁ ସରକାର ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଥିବା ବେଳେ କାହା ସାହାସରେ ଏ ଇଟା ମାଫିଆ ଚଲାଇଛନ୍ତି ବେଆଇନ କାର୍ଯ୍ୟ। କେବଳ ମଙ୍ଗଳପୁର ନୁହଁ ମାଣିପୁର,ଶିଙ୍ଗାଖୁଣ୍ଟା ଅଞ୍ଚଳରେ ଶତାଧିକ ଇଟା ପୋଢା ଚାଲିଛି। ଏହା ଦ୍ବାରା ମଧ୍ୟ ଅନେକ ସମୟରେ ଜଙ୍ଗଲରେ ନିଆଁ ଲାଗିବା ଭଳି ଚିତ୍ର ସାମ୍ନାକୁ ଆସିଛି । ହେଲେ ନା ବନ ବିଭାଗ ନା ସୋର ତହସିଲଦାର ସମସ୍ତେ ଚୁପ ବସିଛନ୍ତି। ଇଟା ଭାଟି ଲାଗିଥିବା ସ୍ଥାନରୁ ବନ ବିଭାଗର କାର୍ଯ୍ୟାଳୟ ମାତ୍ର ୧କିଲୋମିଟର ହୋଇଥିବା ବେଳେ କିଭଳି ଜାଣି ପାରୁ ନାହିଁ ବନ ବିଭାଗ। ଇଟା ମାଫିଆ ମାନେ ପ୍ରଶାସନ ତଥା ବନ ବିଭାଗର ଆଖିରେ ଆଙ୍ଗୁଳି ଗେଞ୍ଜି ବେଆଇନ କାର୍ଯ୍ୟ ଚଳାଇଥିବା ବେଳେ ନିରବଦ୍ରଷ୍ଟା ସାଜିଛନ୍ତି। ତେବେ ମଙ୍ଗଳପୁର ଜଙ୍ଗଲରେ ସକ୍ରିୟ ହେଉଥିବା ଇଟା ମାଫିଆ ମାନଙ୍କ ପାଇଁ ଜଙ୍ଗଲ ସଫା ହୋଇଯିବନି ତ …? ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ।

Leave a Reply

Your email address will not be published. Required fields are marked *