ସୋରଥାନାରେ କର୍ମଚାରୀ ଅଭାବ ମାତିଲେଣି ଲୁଟେରା : ଭୁଜାଲିରେ ହାଣି ଲୁଟ 

ସୋର : ଦିନକୁ ଦିନ ଅଶୁରଖୀତ ହେଉଛି ସୋର, ନିଶା ବେପାରିଙ୍କ ଆଡ୍ଡା ସାଜିଥିବା ସୋର ଏବେ ଅପରାଧୀଙ୍କ ଭୂଶ୍ବର୍ଗ ା ଦୁଇ ଦିନ ପୂର୍ବରୁ ସୋର ବାରିକ୍ ପୁରରୁ ଡ୍ରଗ୍ସ ଧରା ହେବା ଆଜି ଫାଇନାନ୍ସ କର୍ମଚାରୀଙ୍କୁ ଗୁଡାଇ ଗୁଡାଇ ହାଣିବା ଘଟଣା ସୋର ବାଶୀଙ୍କୁ ଭୟଭିତ କରିଛି ା ଅନ୍ୟପଟେ ସୋରଥାନାରେ କର୍ମଚାରୀ ଅଭାବ ସୋରପୁଲିସକୁ ନିସ୍କ୍ରିୟ କରୁଥିବା ବେଳେ ଅପରାଧୀଙ୍କୁ ସୁହାଉଛି ା

ଆଜି ସକାଳ ୧୦ଟାରେ ସୋର ଥାନା ଅଧିନ ନାୟିକାବନ୍ଧ, ଭିମେଇ ଛକ ନିକଟରୁ ଅର୍ଣ୍ଣପୂର୍ନା ଫାଇନାନ୍ସର ଦୁଇ କର୍ମଚାରୀଙ୍କ ଠାରୁ ଭୁଜାଲି ଅକ୍ରମଣ କରି ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟନେଇଛନ୍ତି ଦୃର୍ବୁତ। ସୂଚନା ଅନୁଯାଇ ଅର୍ଣ୍ଣପୂର୍ନା ଫାଇନାନ୍ସର ଦୁଇ କର୍ମଚାରୀ ସୋର କେଶପୁର ଗ୍ରାମରୁ ମହିଳା ଗୃପ ଟଙ୍କା କଲେକସନ ସାରି ଫେରୁଥିବା ସମୟରେ ଭିମେଇ ଛକ ନିକଟରେ ୩ଜଣ ଦୃବୁତ ଏକ କଳା ରଙ୍ଗର ପଲସର ବାଇକରେ ଆସି ଦୁଇ କର୍ମଚାରୀଙ୍କୁ ଭୁଜାଲିରେ ଅକ୍ରମଣ କରିଥିଲେ। ପାଖରେ ଥିବା ୧ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ କରିଚାଲିଯାଇଥିଲେ। ଅାହତ ହୋଇଥିବା କର୍ମଚାରୀ ଦୁଇ ଜଣ ହେଲେ ଜଗନ୍ନାଥ ସ୍ବାଇଁ ଓ ରଶ୍ମିରେଖା ଦାସ। ଘଟଣା ସ୍ଥଳରେ ସୋର ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *