ଏମିତିବି ଥାନ୍ତି ପୁଲିସ: ଚର୍ଚ୍ଚାରେ ସୋର ଥାନା ଅଧିକାରୀ କ୍ଷମା ସାଗର ପଣ୍ଡା

ସୋର : ଆଜି ସୋର ଅଞ୍ଚଳରେ ଗୋଟିଏ ଅଭାନୀୟ ଘଟଣା ସୋର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଗୋଟିଏ ସ୍ବାମୀ ବିବାହ ସମୟରେ ତା ସ୍ତ୍ରୀର ହାତ ଧରି ସାତ ଜନମ ପର୍ଯ୍ୟନ୍ତ ଚାଲିବାକୁ କଥାଦେଇଥିବା ବେଳେ । କିପରି ଭାବରେ ଅମାନୁଷିକ ଭାବେ ନିଜ ସ୍ତ୍ରୀର ଗଳା କାଟି ହତ୍ୟା କରିଛି ଏପରି ଏକ ଅଭାବନୀୟ ଘଟଣା ସୋର ମ୍ୟୁନସିପାଲଟି ୬ନଂ ଓ୍ବାଡରେ ଦେଖିବାକୁ ମିଳିଛି । ସ୍ବାମୀ ସ୍ତ୍ରୀର ଗଳା କାଟି ହତ୍ୟା କରିବା ପରେ ନିଜେ ଗୋଟିଏ ମସଜିଦ ରେ ଯାଇ ଗୋଟିଏ ଛୁରିରେ ନିଜ ତଣ୍ଟି କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । ଏହି ଘଟଣା ଗୋଟିଏ ରୋଚକ ଦୃଶ୍ୟ ଦେଖିବାକୁ ଥିଲା । ଯାହା ଏବେ ସୋସିଅଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସୋର ଥାନା ଭାର ପ୍ରାପ୍ତ ଅଧିକାରୀ କ୍ଷମା ସାଗର ପଣ୍ଡା ସାମଜିକ ଗଣ ମାଧ୍ୟମରେ ରକ୍ତ ଭିଜା ଖାକି ପୋଲିସ ବର୍ଦ୍ଦୀ ପିନ୍ଧିଥିବାର ଫୋଟ ଭାଇରାଲ ହେବାରେ ଲାଗିଛି । ଏହି ପୁଲିସ ଅଧିକାରୀଙ୍କ ନାମ ଯେମିତି କାମ ଠିକ ସେମିତି ବୋଲି ଆଜି ପ୍ରମାଣିତ କରିଛନ୍ତି । ଅଭିଯୁକ୍ତ ସ୍ବାମୀ ଯେତେବେଳେ ନିଜର ବେକ କାଟି ଦେଇଥିଲା ସେତେବେଳେ ଆଇ. ଅଇ. ସି ନିଜେ ଦୁଇ ହାତରେ ଅଭିଯୁକ୍ତକୁ ଧରି ସେ ମସଜିଦ ଭିତରୁ ରକ୍ତ ଜୁଡୁବୁଡ ଅବସ୍ତାରେ ଧରି ପୁଲିସ ଗାଡିକୁ ଧୌଡି ଥିଲେ ତାର ଜୀବନ ବଞ୍ଚାଇବକୁ ଯାହା ସେହିବେଳର କିଛି ଫୋଟ ବର୍ତ୍ତମାନ ସୋସିଅଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *