ସୋର ତହସିଲଦାର ଚାକର ନା ମାଲିକ? ୪ଗାଡିରୁ ଫାଇନ ନେଲେ ୩କୁ ଛାଡିଲେ

ସୋର: ଚାକିରି କରିଥିବା ଚାକର ମାଲିକ ଦେଖେଇ ହେଲେ ମାଲିକ ଯା ତା କହିବତ କହିବ ଘରୁ ଧକ୍କା ମାରି କାଢିଦବ । ସୋର ତହସିଲଦାର ଅଶୋକ ଦାସ ନିଜକୁ ଗୋଟେ ଗେଣ୍ଡୁ ଭାବିବା ଆରମ୍ଭ କଲେଣି ସେ ଭୁଲିଯାଉଛନ୍ତିକି ସେ ଜଣେ ସରକାରୀ ଚାକିରିଆ ମାନେ ଲୋକଙ୍କ ଟିକସ ଟଙ୍କାରେ ଲୋକଙ୍କ ପାଇଁ କାମକରୁଥିବା ଜଣେ ଚାକର । ସୋରରେ ସେ ଅନ୍ଧାରି ରାଜ ଚଳାଇଛନ୍ତି ନିଦିଷ୍ଟ କିଛି ଲୋକଙ୍କ ଗାଡିଛାଡିଦେଲେ ଆଉ ଯା ତା ଗାଡିକୁ ଧରିଆଣିକି କାହାପାଖରୁ ଫାଇନ ନେଉଛନ୍ତିତ କାହାକୁ ସେମିତି ଛାଡି ଦେଉଛନ୍ତି । ତେବେ ସେ ହିସାବ ସେ କାହାକୁ ଦିଅନ୍ତିନି ଚୁପ ଚାପ ହିସାବ ପତ୍ର ହୁଏ ଅଧିକାଂଶ ସମୟ ତାଙ୍କ ଫୋନ ଲାଗେନି । ଅନ୍ଧାର ହେଲେ ,ଅଫିସ ସମୟ ପରେ ଗାଡିଧରା ଆଉ ଗାଡି ଛଡା ଚାଲେ ଭିତରେ ଭିତରେ ସେଟିଂ ହୁଏ କିଛି ଗାଡିର ଫାଇନ କଟା ଯାଏ କିଛି ଗାଡିକୁ ଛାଡି ଦିଆଯାଏ । ଏମିତି ଘଟଣା ଗତକାଲି ଘଟିଛି , ଗତକାଲି ସୋର ଆଡିସିନାଲ ତହସିଲଦାର ୭ଟା ବାଲି ବୁଝେଇ ଟ୍ରକ ଧରିଥିଲେ ଜେଉଁ ଟ୍ରକ ଗୁଡିକ ଜେତୀୟ ରାଜପଥରେ ଯାଉଥିଲା , କିନ୍ତୁ ତାପରଦିନ ସେ ଟ୍ରକ ଆଉ ଦେଖିବାକୁ ମିଳିଲାନି । ତେବେ ତହସିଲଦାରଙ୍କ ପାଖରୁ ଖବର ନମିଳିଥିଲେବି ବାହାରୁ ଯାହା ଖବର ମିଳେ ଏଇ୭ଟା ଟ୍ରକରୁ ୪ଟା ଟ୍ରକ ୧ ଲଖ୍ୟ୪୨ ହଯାର ଫାଇନ ଦେଇଥିବା ବେଳେ ୩ ଟା ଟ୍ରକକୁ ଛାଡି ଦିଆଯାଇଛି । ଏଠି ବଡ ପ୍ରଶ୍ନ ଗାଡି ଅଟକା ଜିବା ଜଦି ଠିକ୍ ଥିଲା ଚାଲାଣ ସହ ଅନ୍ୟ କାଗଜ ଦେଖି ଛଡା ଜିବା କଥା କିନ୍ତୁ ତହସିଲ ସମ୍ମୁଖ ପର୍ଯ୍ୟନ୍ତ ଅଣାଗଲା କାହିଁକି ? ସେଠାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ରଖି ୪ ଜଣକ ପାଖରୁ ଫାଇନ ନେଇ ଆଉ ୩ଜଣକୁ ରାତି ଅଧିଆ ଛାଡିଦିଆଗଲା କାହିଁକି ? ତେବେ ଏଥିରେ ୩ଜଣଙ୍କ ପାଖରୁ କାଗଜ ବାହାରେ ଟଙ୍କା ନିଆଯାଇ ଛଡାଯାଇଥିବା ଶୁଣିବାକୁ ମିଳୁଥିବା ବେଳେ ଖାଲି ଜିଲ୍ଲାପାଳଙ୍କୁ ବୁଝେଇବା ପାଇଁ ୪ଜଣଙ୍କ ପାଖରୁ ଟଙ୍କାନିଆଯାଇଥିବା ଶୁଣିବାକୁ ମିଳୁଛି । ସାଧାରଣ ଲୋକଙ୍କ କହିବା ମୁଳେ ତହସିଲଦାର ଓ ଆଡିସିନାଲ ତହସିଲଦାରଙ୍କ ସହ କିଛି ତହସିଲ କର୍ମଚାରି ଗାଡିଧରି ରୋଜଗାର କରିବାର ଗୋଟେ ନୂଆ କୈଶଳ ପାଇଯାଇଛନ୍ତି । ସରକାରୀ କାର୍ଯ୍ୟସମୟ ସରିଲା ପରେ ରାସ୍ତା କଡରେ ଛିଡା ହୋଇ ଗାଡି ଧରିବା ପୁଣି ଯାତୀୟ ରାଜପଥରୁ ତହସିଲଦାର ଜାତୀୟରାଜପଥରୁ ଗାଡିଧରିବାର କୈାଣସି ନିୟମ ନଥିଲା ବେଳେ ସୋରରେ ଅନ୍ଧାରି ରାଜ ଚଲେଇଛନ୍ତି ତହସିଲଦାର । ସୋର ତହସିଲଦାରଙ୍କ ପାଖରେ ବହୁ ପରିମାଣରେ ଆୟ ବହିର୍ଭୂତ ସମ୍ପତି ରହିଥିବା ଶୁଣିବାକୁ ମିଳୁଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ଏ ନେଇ ତଦନ୍ତ କରିବାକୁ ଦାବି ହେଉଛି । ତେବେ ଆଜି ପୁଣି ୨ଟା ବାଲିବୁଝେଇ ଟ୍ରକ ଧରାଯାଇଥିବା ବେଳେ ଆଜି ରାତିରେ କଣ ଖେଳ ହେଉଛି କାଲିକି ଜଣା ପଡିବ ।

Leave a Reply

Your email address will not be published. Required fields are marked *