ସୋର: ସୋର କଂଗ୍ରେସ ଏବେ ଖରାପ ସମୟ ଦେଇ ଗତି କରୁଥିବା ସ୍ପଷ୍ଟ ଭାବେ ଜଣାପଡିଛି। ତେବେ ଏଭଳି ସମୟରେ ସୋର କଂଗ୍ରେସର ନେତ୍ରୀ କୁହାଯାଉଥିବା କାର୍ତ୍ତୀକ ମହାପାତ୍ରଙ୍କ ଝିଅ ଅତସି ମହାପାତ୍ର ନେତ୍ରୁତ୍ବ ନେବାରେ ଜେ ଫେଲ ମାରିଛନ୍ତି ତାହା ଜଳ ଜଳ ହୋଇ ଦେଖାଯାଉଛି। ଅନ୍ୟପଟେ ପର୍ଶୁରାମ ଧଡାଙ୍କ କୈାଶଳ ବେଶ କାମ କରୁଥିବା ବେଳେ ସୋର ବିଜେଡି ଦଳରେ ଏବେ କଂଗ୍ରେସିଆ ମାଳ ମାଳ ହେଲେଣି ଏମିତିବି ଗତ କିଛିଦିନ ତଳେ କଂଗ୍ରେସର ବ୍ଲକ ସଭାପତି ବିଜେଡିକୁ ଚିଲା ମାରିଦେଇଥିଲେ।

ଅବଶ୍ୟ ଏଭଳି ଅବସ୍ତା ଦେଖି ସ୍ବର୍ଗରେ କାର୍ତ୍ତିକ ମହାପାତ୍ରଙ୍କ ଆତ୍ମା କାନ୍ଦୁଥିବ ତେବେ ଏ ବାବଦରେ କିଛି ସମିଖ୍ୟକ ମତ ରଖି କୁହନ୍ତି ଡଲି ବ୍ଲକ ସଭାପତି ପଦରୁ ଇସ୍ତଫା ଦେଲେ କଂଗ୍ରେସ ବଞ୍ଚି ଯାଆନ୍ତା। ତେବେ ଆଜି ସୋର ବିଜୁଜନତା ଦଳ ପକ୍ଷରୁ ମ୍ୟୁନସିପାଲିଟି ସ୍ଥିତ ଟାଉନ ହଲ ଠାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସୁକାନ୍ତ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ । ଅତିଥି ଭାବେ ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନା, ବିଜେଡି ଜିଲ୍ଲା ସଭାପତି ତଥା ପୁର୍ବତନ ସାଂସଦ ଇଂ ରବିନ୍ଦ୍ର କୁମାର ଜେନା, ସାଂସଦ ମଞ୍ଜୁଲତା ମଣ୍ଡଳ ,ସ୍ବାମି ମୁକ୍ତି କାନ୍ତ ମଣ୍ଡଳ ଉପସ୍ତିତ ଥିଲେ । ସେହିପରି ଉକ୍ତ କାର୍ଯ୍ୟକ୍ରମକୁ ଜୟରାମ ଦାସ, ଲୋକନାଥ ରାଉତ , ଗୈାତମ ଦ୍ବାରୀ, ଗୈରହରି ଜେନା, ରବିନ୍ଦ୍ର ବେହେରା , ଚଗୁଲୁ ଧଡା, ଶଙ୍କର୍ଷଣ ବାରିକ, ସରୋଜ ମହାପାତ୍ର ପ୍ରମୁଖ ା ସର୍ବଶେଷରେ ବହାନଗା ବ୍ଲକ ସଭାପତି ଅଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ କଂଗ୍ରେସରୁ ମଧୁସୂଦନପୁର ପଞ୍ଚାୟତ ସରପଞ୍ଚ ସୋରଜୀନ ଦାସ, ବାଳଙ୍ଗ ଗ୍ରାମପଞ୍ଚାତ ସରପଞ୍ଚ ବଉଳବାଳା ନାଥ, ଜଡିଦା ଗ୍ରାମପଞ୍ଚାୟତ ସରପଞ୍ଚ ପରମାନ୍ଦ ସେଠୀ ଓ ସମିତି ସଭ୍ୟ , ଓ୍ବାର୍ଡ ସଭ୍ୟ, ମୁନିସପାଲିଟିରି ବିଜେପି ଯୁବ କର୍ମୀ ତଥା ବିଜେପିର ସୋସିଆଲ ମିଡିଆ ସଂଜୋଯକ ଶର୍ଙ୍କଶଣ ବେହେରା ବେଜେଡିରେ ଯୋଗଦେଇଥିଲେ । ଶୁଣିବାକୁ ମିଳେ ରାତି ଶାରା କଂଗ୍ରେସର କିଛିନେତା ଦଳ ନଛାଡିବାକୁ କର୍ମି ମାନଙ୍କୁ ବୁଝା ସୁଝା କରିଥିଲେବି ତାହା ଫଳପ୍ରଦ ହୋଇପାରିନି ।
