ସୋର : ସାରା ରାଜ୍ୟରେ ଚହଳ ଶୃଷ୍ଟି କରିଥିଲା, କଳାଧନ ଗଛିତ୍ତ ଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଓଡିଶାର ପ୍ରଥମ ବ୍ଲକଗ୍ରାଣ୍ଟ ଅଧ୍ୟାପକ ସୋର କଲେଜ ଛକର ରାମଚନ୍ଦ୍ର ନାୟକଙ୍କ ଘଟଣା । ତେବେ ସୋର କଲେଜ ଛକରେ ଅଧ୍ୟାପକ ରାମ ବାବୁ ଜେ ଏକା ନୁହନ୍ତି ଆହୁରି ବହୁ ଅଧ୍ୟାପକ ଅଛନ୍ତି ଜେଉଁମାନେକି କୋଟି କୋଟି ଟଙ୍କା ବେ ଆଇନ ଭାବେ ଛାତ୍ର ଛାତ୍ରୀଙ୍କ ପାଖରୁ ଟିଉସନ ନାମରେ ଲୁଟ କରିଛନ୍ତି ।

ଏମାନେ ନିର୍ଦ୍ଦିଷ୍ଟ ଏକ କଲେଜରେ କାର୍ଯ୍ୟକରୁଥିଲା ବେଳେ କଲେଜକୁ ନଯାଇ ସୋର କଲେଜ ଛକରେ ଗୋଟିଏ ଗୋଟିଏ ଭଡା ଘର ନେଇ ଓ କିଏ କିଏ ନିଜେ ଜମିକିଣି ଘରକରି ୩୦୦ରୁ ୪୦୦ ଛାତ୍ର ଛାତ୍ରୀଙ୍କୁ ରଖି ବର୍ଷକୁ ୫୦ରୁ୬୦ହଯାର ଟଙ୍କା ନେଇ ସେମାନଙ୍କୁ ଶୋଷଣ କରୁଛନ୍ତି । କହିବାକୁ ଗଲେ ଏମାନେ ଅଧ୍ୟାପକଙ୍କ ନାମରେ କଳଙ୍କ ଯାହାକୁ ଦେବତାର ଆଖ୍ୟା ଶାସ୍ତ୍ର ଦେଇଛି ସେ ଆଜିଜେ ଦାନବ ସାଜିଛି ଏଇମାନେହିଁ ତାର ବଡ ଉଦାହରଣ । ତେବେ ଶିକ୍ଷାକୁ ବେପାର କରି କୋଟିପତି ସାଜିଥିବା କେତେକ ଅଧ୍ୟାପକ ରାମଙ୍କ ଗିରଫ ପରେ ଛାନିଆ ହୋଇଯାଇଛନ୍ତି । ଏମିତିକି ସୁନା ଗହଣା ଘରୁ ନେଇ ବନ୍ଧୁବାନ୍ଧବଙ୍କ ଘରେ ରଖିଛନ୍ତି ଖାଲି ସେତିକି ନୁହଁ ଟଙ୍କା ପଇସାବି ଆଉ ନିଜପାଖରେ ରଖୁନାହାନ୍ତି । ତେବେ ମିଳିଥିବା ସୂଚନା ମୁଳେ ଶସି ଓ ମୁଦୁଲି ନାମକ ଆଉ ଦୁଇଜଣ ଅଧ୍ୟାପକ ରହିଛନ୍ତି ଯାହାଙ୍କ ପାଖରେ କୋଟି କୋଟି ଟଙ୍କାର ବେଆଇନ ସମ୍ପତି ଗଛିତ ଥିବା ଯାଣିବାକୁ ମିଳିଛି ତେବେ ଏମାନଙ୍କୁ ଭିଜିଲାନ୍ସ କେବେ ଧରିବ ତାହା ବଡ ପ୍ରଶ୍ନ ।
