ମାଲିକ ସଂଘତରଫରୁ ସୋର ଗାୟନ କୋଲ୍ଡଷ୍ଟୋରେଜ ବନ୍ଦ

ସୋର : ସାରା ରାଜ୍ୟରେ ଥିବା ବିଭିନ୍ନ କୋଲ୍ଡ ଷ୍ଟୋରେଜ ୮ଦଫା ଦାବିନେଇ ବନ୍ଦ ହୋଇଥିଲା ବେଳେ ସୋର ନଟାପଡାରେ ଥିବା ଗାୟନ କୋଲ୍ଡଷ୍ଟୋର ମଧ୍ୟ ବନ୍ଦ ହୋଇଯାଇଛି ା ଗତ ୩ବର୍ଷଧରି ଏହି କୋଲ୍ଡ ଷ୍ଟୋରେଜ ନିର୍ମାଣ ହୋଇଥିଲା ବେଳେ ଏଥିରୁ ଲାଭ ପରିବର୍ତ୍ତେ ଖ୍ୟତି ହୋଇଛି ା

ଏହି କୋଲ୍ଡ ଷ୍ଟୋରେଜ ୫ହଯାର କୁଇଁଣ୍ଟାଲ ଆଳୁରହିବାର ଖ୍ୟମତା ଥିବାବେଳେ ସୋରରେ ଆଳୁଚାଷ ହେଉନଥିବାରୁ ବାହାରୁ ଆଣି ରଖିବା ସମ୍ବବ ହେଉନି ା ଅନ୍ୟପଟେ କୋଲ୍ଡଷ୍ଟୋରରେ ଆଳୁରଖିଲେ ସରକାର ୫୦ସତକଡା ଛାଡ ଦେବାକଥା ଦେଉନାହାନ୍ତି ା ଏଥିସହ ସୋର ଗାୟନ କୋଲ୍ଡ ଷ୍ଟୋରର ମାଲିକ ପରେଶ ଚନ୍ଦ୍ର ଗାୟନ କହିଛନ୍ତି ସରକାର ଆମ ୮ଦଫା ଦାବି ନମାନିଲା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଯାରୀ ରହିବ ା

Leave a Reply

Your email address will not be published. Required fields are marked *