ସୋରକୁ ଲଜ୍ୟା: ଠାକୁର ମାନୁ ନାହାନ୍ତି ପାପୀ

ସୋର: ମହାପର୍ବରେ ମହାପାପ ା ପିପାଶୁ ସଜେଇଲା ଦେହର ଭୋକ ା ନଅ ବର୍ଷର ନାବାଳିକାକୁ ଚକଲେଟ ଦେଇ ବିଲରେ ଦୁଷ୍କର୍ମ। ଜାଗର ରାତିରେ ଘଟିଥିଲା ଘଟଣା । ଅଭିଯୁକ୍ତ ମୁନା ବାରିକ ଗିରଫ। ପୀଡିତା ନାବାଳିକା ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସା ହୋଇଛି।

ଜାଗର ଦେଖିବାକୁ ଗାଁ ମହାଦେବ ମନ୍ଦିରକୁ ନାବାଳିକା ନିଜର ସାନ ଭଉଣୀ ସହିତ ଯାଇଥିଲା। ଅଭିଯୁକ୍ତ ମୁନା ଚକଲେଟ ଦେଇ ନାବାଳିକାକୁ ଟେକି ନେଇଥିଲା ବିଲକୁ। ନାବାଳିକା ର ସାନ ଭଉଣୀ ବୁଡୀମାକୁ ଡାକିବାରୁ ଖୋଜାଖୋଜି କରି ନାବାଳିକାକୁ ଗୁରୁତର ଅବସ୍ତାରେ ଉଦ୍ଧାର କରିଥିଲେ ପରିବାର ଲୋକେ। ଘଟଣାକୁ ବୁଜିବା କହି ଦୁଇଦିନ ଭଦ୍ରଲୋକ ମାନେ ଅଟକାଇ ଥିଲେ। ସମାଧାନ ନହେବାରୁ ସକାଳେ ପିତା ପରିବାର ଅନନ୍ତପୁର ବିଟ ହାଉସରେ ଅଭିଯୋଗ କରିବା ପରେ ସୋର ପୁଲିସ ଅଭିଯୁକ୍ତ ମୁନା ବାରିକରୁ ଗିରଫ କରିଛି

Leave a Reply

Your email address will not be published. Required fields are marked *