ଟଙ୍କା ଖୋଜୁଛି ପୁଲିସ

ଦୋକାନ ଡ୍ରୟରରୁ ୫୦ ହଜାର ଟଙ୍କା ଲୁଟକରିଥିବା ଆସାମି ସୋର ପୁଲିସ କବ୍ଜାରେ ା  ସିସି କ୍ଯାମେରାରେ କଏଦ ହୋଇଥିବା ଭିଜୁଆଲକୁ ଆଧାରକରି ପୁଲିସ ଧରିଛି ଅଭିଯୁକ୍ତକୁ। ୮ଦିନ ପୂର୍ବରୁ ଉତ୍ତରେଶ୍ଵର ବାସନ୍ତୀ ଅଟୋ ପାର୍ଟ ଦୋକାନ ଭିତରେ ପସି ଡ୍ରୟରରୁ ୫୦ହଜାର ଟଙ୍କା ଲୁଟିଥିଲା ଯୁବକ।

ରେମୁଣା ବ୍ଲକ ଜିଡିତାଳର ଅଖ୍ଯୟ ବିଶ୍ବାଳ ଉତ୍ତରେଶ୍ଵରରେ ବାସନ୍ତି ଅଟୋ ପାର୍ଟ ଦୋକାନ କରିଛନ୍ତି। ସକାଳେ ଦୋକାନ ଖୋଲି ଝାଡୁ ମାରି ପାଣି ଆଣିବାକୁ ଯାଇଥିଲେ। ସେହି ସୁଯୋଗରେ ବାଲେଶ୍ଵର ଫୁଲାଡିର ଦିବ୍ଯାଙ୍ଗ ଯୁବକ ଦୋକାନରେ ପଶି ଡ୍ରୟର ଖୋଲି ୫ଶହ ଟଙ୍କାର ଏକ ବଣ୍ଡଲ୍ ନେଇ ଫେରାର ହୋଇଯାଇଥିଲା। ଯାହା ସିସିଟିଭି ରେ କଏଦ ହୋଇଥିଲା। ଅଭିଯୁକ୍ତ ଦିବ୍ଯାଙ୍ଗ ଯୁବକକୁ ଅଖ୍ୟୟ କଲେଜଛକରୁ ଧରି ପୁଲିସ ଜିମା ଦେଇଥିଲା। ଅଭିଯୁକ୍ତ ସୂଚନାମୂଳେ ସୋର ପୁଲିସ ତୁଡିଗଡିଆରୁ ଅଭିଯୁକ୍ତର ମାମୁଁ ମୁକୁନ୍ଦକୁ ଅଟକ ରଖିଛି। ବର୍ତ୍ତମାନ ସୁଧା ପୁଲିସ ଚୋରିଟଙ୍କା ପାଇନଥିବା ବେଳେ ଟଙ୍କା ଖୋଜିଛି ପୁଲିସ ା

Leave a Reply

Your email address will not be published. Required fields are marked *